ସି ସୋର ସଂପତ୍ତି ବାଜ୍ୟାପ୍ତି ଉପରେ ଶୁଣାଣି ଆରମ୍ଭ

Jul 26, 2018 - 20:06
 157
ସି ସୋର ସଂପତ୍ତି ବାଜ୍ୟାପ୍ତି ଉପରେ ଶୁଣାଣି ଆରମ୍ଭ
କଟକ,୨୬ ।୭(ସକାଳଖବର): ଚିଟଫଣ୍ଡ ସଂସ୍ଥା ସି ସୋର ସଂପତ୍ତି ବାଜ୍ୟାପ୍ତି ମାମଲା ଉପରେ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟରେ ଗୁରୁବାର ଶୁଣାଣି ଆରମ୍ଭ ହୋଇଛି । ସରକାରଙ୍କ ପକ୍ଷରୁ ଆଇନଜୀବୀ ବିବେକାନନ୍ଦ ଭୂୟାଁ ମାମଲା ପରିଚାଳନା କରୁଥିବାବେଳେ ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନା କରିଥିଲେ । ଠକେଇ ଅଭିଯୋଗକ୍ରମେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ତଦନ୍ତ କରି ସି ସୋର କମ୍ପାନୀର ପ୍ରାୟ ୬ଶହରୁ ଊଦ୍ଧ୍ୱର୍ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଜବତ କରିଥିଲା ।