ସାଲେପୁର ବଳାକ୍ରାର ମାମଲା, ଦୁଇ ଦିନ ଜିମାରେ ଯିବ ଅଭିଯୁକ୍ତ

May 4, 2018 - 14:07
 156
କଟକ,୪ା୫(ସକାଳଖବର): ସାଲେପୁର ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକ୍କୁ ପୁଲିସ ଶୁକ୍ରବାର ସ୍ୱତନ୍ତ୍ର ପୋକ୍ସୋ କୋର୍ଟରେ ହାଜର କରିଥିବାବେଳେ ରିମାଣ୍ଡ ଆବେଦନ ଉପରେ ଶୁଣାଣି ହୋଇଥିଲା । ପୁଲିସ ଆବେଦନ ଉପରେ ତୃତୀୟ ଅତିରିକ୍ତ ଜିଲା ଦୌରାଜଜ ଶୁଣାଣି କରି ୨ଦିନ ଜିମାରେ ନେବା ପାଇଁ ଅନୁମତି ପ୍ରଦାନ କରିବା ସହ ଅଭିଯୁକ୍ତକୁ ଚୌଦ୍ୱାର ଜେଲକୁ ପଠାଇଦେଇଥିଲେ । ଆସନ୍ତାକାଲିଠାରୁ ଅଭିଯୁକ୍ତକୁ ପୁଲିସ ଜିମାରେ ନେଇ ୭ତାରିଖ ପୂର୍ବାହ୍ଣରେ କୋର୍ଟରେ ହାଜର କରିବ ବୋଲି ସ୍ୱତନ୍ତ୍ର ପିପି ଦେବାଶିଷ ସାମନ୍ତରାୟ ସୂଚନା ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଗତ ୨୧ ତାରିଖ ଶନିବାର ସନ୍ଧ୍ୟା ସାଢେ ୭ଟାରେ ସଂପୃକ୍ତ ପୀଡିତା ଦୋକାନକୁ ବିସ୍କୁଟ ପାଇଁ ଯାଇଥିବା ବେଳେ ସେହି ଗ୍ରାମର ୨୫ ବର୍ଷିୟ ଯୁବକ ମହମ୍ମଦ ମୁସ୍ତାକ୍ ତାକୁ ଚକଲେଟ ଦେବାର ଲୋଭ ଦେଖାଇ ଜଗନ୍ନାଥପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ନେଇ ଦୁଷ୍କର୍ମ କରିଥିଲା । ପୀଡିତା ଘଟଣା ସଂପର୍କରେ ପରିବାରକୁ ଜଣାଇବାର ଭୟ ଦେଖାଇବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ମୁସ୍ତାକ ପୀଡିତାର ମୁଣ୍ଡକୁ ସ୍କୁଲ କାନ୍ଥରେ ପିଟି ମାରିଦେବା ପାଇଁ ଉଦ୍ୟମ କରିଥିଲା । ନାବାଳିକାଟି ଅଚେତ ହୋଇଯିବା ପରେ ମରିଯାଇଛି ଭାବି ମୁସ୍ତାକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଘରେ ନ ପହଞ୍ଚôବାରୁ ପରିବାର ଲୋକେ ତାକୁ ଖୋଜାଖୋଜି କରିବା ପରେ ଘରଠାରୁ ୨୦୦ ମିଟର ଦୂରରେ ଥିବା ସ୍କୁଲ ହତାରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଏସସିବିକୁ ଚିକିସôା ପାଇଁ ସ୍ଥାନାନ୍ତର କରାଯାଇଥିଲା । ତେବେ ପ୍ରଥମ ଦିନରୁ ପୀଡିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ଶିଶୁ ବିଭାଗର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତାର ଚିକିସôା ପାଇଁ ପ୍ରଥମେ ୬ ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ଓ ପରେ ଶିଶୁଭବନ ଅଧୀକ୍ଷକ ଡାକ୍ତର ସରୋଜ ଶତପଥୀଙ୍କ ନେତୃତ୍ୱରେ ୧୩ ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ଗଠନ କରାଯାଇଥିଲା । ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ୨୯ତାରିଖରେ ପୀଡିତା ଆଖି ବୁଜିଦେଇଥିଲା । ସାଲେପୁର ଥାନା ପୁଲିସ ଅଭିଯୁକ୍ତ ମୁସ୍ତାକକୁ ଗିରଫ କରି ଆଇପିସି ୩୭୬, ୩୦୭ ଏବଂ ପୋକ୍ସୋ ଆକ୍ଟରେ କୋର୍ଟ ଚାଲାଣ କରିଥିବା ବେଳେ ପୀଡିତାଙ୍କ ମୃତୁ୍ୟ ପରେ ଆଇପିସି ୩୦୨ଦଫା ଲାଗୁ କରିଥିଲା ।