ସାଲେପୁର ନାବାଳିକା ଦୁଷ୍କର୍ମ ମାମଲା

Jul 12, 2018 - 15:19
 205
କଟକ,୧୨ ।୭(ସକାଳଖବର): ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଗୁରୁବାର ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ତଥା ତୃତୀୟ ଅତିରିକ୍ତ ଜିଲା ଜଜ ବିକ୍ରମ ପଟ୍ଟନାୟକଙ୍କ ଇଜିଲାସରେ ସାଲେପୁର ଥାନା ପୁଲିସ ଏଏସଆଇ ମନୋରଞ୍ଜନ ମହାପାତ୍ର ସାକ୍ଷ୍ୟ ପ୍ରଦାନ କରିଛନ୍ତି । ଆସନ୍ତା ୨୬ତାରିଖରେ ପରବର୍ତ୍ତୀ ସାକ୍ଷ୍ୟ ଗ୍ରହଣ ପାଇଁ ଧାର୍ଯ୍ୟ ହୋଇଛି । ବର୍ତ୍ତମାନ ସୁଦ୍ଧା ୧୪ଜଣ ସାକ୍ଷ୍ୟ ପ୍ରଦାନ କରିଛନ୍ତି ।