ଘାଟିରେ ଖସିଲା ଟ୍ୟାଙ୍କର, ଡ୍ରାଇଭର ଓ ହେଲପର ମେଡିକାଲରେ ଭର୍ତ୍ତି

Jan 7, 2022 - 06:37
 70
ଘାଟିରେ ଖସିଲା ଟ୍ୟାଙ୍କର, ଡ୍ରାଇଭର ଓ ହେଲପର ମେଡିକାଲରେ ଭର୍ତ୍ତି
ଜୟପୁର ୭।୧: କୋରାପୁଟ ଘାଟିରେ ଟ୍ୟାଙ୍କର ଦୁର୍ଘଟଣା । ଦୁର୍ଘଟଣା ଫଳରେ ଡ୍ରାଇଭର ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି । ଗୁରୁତର ଡ୍ରାଇଭରଙ୍କ ସହ ହେଲପରଙ୍କୁ ମଧ୍ୟ ଜୟପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ଟ୍ୟାଙ୍କରଟି ବିଶାଖାପାଟଣାରୁ ରାୟପୁର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡିଥିଲା। ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରେ ଡ୍ରାଇଭର ଓ ହେଲପର ଥିଲେ। ଉଭୟଙ୍କୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଅଛି।