ସର୍ଗିଫୁଲ ଉଦଯାପିତ
ଭୁବନେଶ୍ୱର, ୨୦୧/୧୨(ସକାଳଖବର): ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ୧୯.୧୨.୨୦୧୮ରେ ଉଦଘାଟିତ ହୋଇଥିବା ସରଗିଫୁଲ ଉତ୍ସବ ଆଜି ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି । ଉଦଯାପନ ଉତ୍ସବରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନର ନିଦେ୍ର୍ଧଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ମୁଖ୍ୟ ଅତିଥି ହିସାବରେ ଯୋଗଦାନ କରି ଶିକ୍ଷକ ଶିକ୍ଷୟତ୍ରୀ ଓ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ମାଟି୍ରକ ପରୀକ୍ଷାରେ ଉତମ ପ୍ରଦର୍ଶନ କରିଥିବା ୧୩୨ ଜଣ ଛାତ୍ରଛାତ୍ରୀ ଓ ପାରଦର୍ଶିତା ପ୍ରଦର୍ଶନ କରିଥିବା ୫୦ ଗୋଟି ହାଇସ୍କୁଲକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉଦଯାପନୀ ଅବସରରେ ବିଭିନ୍ନ ପ୍ରଭାଗ ଯଥା: ତର୍କ, ବିଜ୍ଞାନ କୁଇଜ, ସାଧାରଣ ଜ୍ଞାନ, ଗଣିତ କୁଇଜ, ବିଜ୍ଞାନ ପ୍ରଦର୍ଶନୀ, ବକ୍ତୃତା, ସୃଜନାତ୍ମକ କଳା, ଚିତ୍ରାଙ୍କନ, ଏକକ ସଙ୍ଗୀତ, ବାଦ୍ୟଯନ୍ତ୍ର, ଏକକ ଅଭିନୟ, ଭଲିବଲ, ବୃନ୍ଦ ନୃତ୍ୟ, ସ୍ଲୋଗାନରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ କର୍ମଶାଳାରୁ ଶିକ୍ଷାଲାଭ କରି ପ୍ରସ୍ତୁତ କରିଥିବା ବାଦ୍ୟଯନ୍ତ୍ର, ନୃତ୍ୟ, ମ୍ୟାଜିକ୍କୁ ମଂଚ ଉପରେ ଉପସ୍ଥାପିତ କରାଯାଇଥିଲା । ଛାତ୍ରଛାତ୍ରୀମାନେ ଏହି ଉଦଯାପନୀ ଉତ୍ସବର ଭରପୁର ଉପଭୋଗ କରିଥିଲେ ।