ସାମାନ୍ୟ ବଚସାକୁ ନେଇ ଫୁଟିଲା ଗୁଳି ; ଯୁବକ ଗୁରୁତର

Aug 30, 2018 - 18:29
 203
ଅନୁଗୋଳ ,୩୦.୦୮ (ସକାଳଖବର): ବେଆଇନ ବନ୍ଧୁକ କାରବାର ରୋକିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଥିଲେ ମଧ୍ୟ ତାହାକୁ ରୋକା ଯାଇ ପାରୁନାହିଁ । ଯଦ୍ୱାରା ସାମାନ୍ୟ ଝଗଡ଼ା ଝାଟିରେ ମଧ୍ୟ ଗୁଳି ଫୁଟି ଯାଉଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ହଣ୍ଡପା ଥାନା ଯୋଗୀପଥର ଗାଁରେ । ଏବଂ ବୁଧବାର ବିଳମ୍ବିତ ରାତିରେ ଗୁଳି ମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇ ଚିକିସôା ପାଇଁ ଡ଼ାକ୍ତରଖାନାରେ ଭର୍ତ୍ତୀ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ, ହଣ୍ଡପା ଥାନା ଯୋଗୀପଥର ଗାଁର ତପନ ନାଥ ଓ ତାଙ୍କର ସହଯୋଗୀ ସତ୍ୟାନନ୍ଦ ପୋଢ଼ ବୁଧବାର ବିଳମ୍ବିତ ରାତିରେ ଏକ ବାଇକ ଯୋଗେ ହଣ୍ଡପା ଗାଁରୁ ଛେଳି ମାଂସ କିଣି ଘରକୁ ଯାଉଥିଲେ । ଯୋଗୀପଥର ପାଖାପାଖି ଏକ ନିଛାଟିଆ ରାସ୍ତାରେ ଦୁଇଜଣ ଯୁବକ ଏକ ବାଇକରେ ଆସି ତାଙ୍କୁ ଅଟକାଇଥିଲେ । ଉଭୟଙ୍କ ଭିତରେ ସାମାନ୍ୟ କଥାକୁ କେନ୍ଦ୍ରକରି ବଚସା ହୋଇଥିଲା । ଏହି ସମୟରେ ଜଣେ ଯୁବକ ପିସ୍ତଲ ଚଳାଇ ତପନଙ୍କ ମୁଣ୍ଡକୁ ଗୁଳି ଚଳାଇଥିଲା । ସୌଭାଗ୍ୟକ୍ରମେ ମୁଣ୍ଡରେ ନବାଜି ତପନଙ୍କ କାନରେ ଗୁଳିବାଜି ପଳାଇଥିଲା । ସେ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ଚିକିସôା ପାଇଁ ଅନୁଗୋଳ ମୁଖ୍ୟ ଚିକିସôାଳୟରେ ଏନେଇ ତପନଙ୍କ ପରିବାର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗକୁ ଭିତ୍ତିକରି ଏକ ମାମଲା କେସ ନଂ ୧୨୬/୧୮ ରୁଜୁ କରି ତଦନ୍ତ ଚଳାଇଛି ।