ଅଘୋଷିତ ବିଦ୍ୟୁତ କାଟ ନେଇ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବୀ ପତ୍ର

Aug 30, 2018 - 18:28
 221
ଅଘୋଷିତ ବିଦ୍ୟୁତ କାଟ ନେଇ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବୀ ପତ୍ର
ଅନୁଗୋଳ, ୩୦/୮ (ସକାଳଖବର): ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତକାଟ ହେଉଛି । ସନ୍ଧ୍ୟା ୬ ଘଟିକାଠାରୁ ସକାଳ ୬ ଘଟିକା ମଧ୍ୟରେ ବାରମ୍ବାର ବିଦ୍ୟୁତ କାଟ ଯୋଗୁ ଜନସାଧାରଣ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏନେଇ ଆଜି ସାତକୋଶିଆ ପ୍ରଜା ସୁରକ୍ଷା ସମିତି ପକ୍ଷରୁ ସେସୁ ନିର୍ବାହୀ ଯନ୍ତ୍ରୀକୁ ଭେଟି ଏକ ଦାବୀ ପତ୍ର ଦେଇଛନ୍ତି । ସୂଚନା ଯେ, ଜରପଡ଼ା ବିଦ୍ୟୁତ ବିତରଣ କେନ୍ଦ୍ରଠାରୁ ସାତକେଶିଆ ଅଞ୍ଚଳକୁ ବିଦ୍ୟୁତ ସଂଯୋଗିକରଣ କରାଯାଇଛି । ତେବେ ବିଦ୍ୟୁତ ସଂଯୋଗ ହୋଇଥିଲେ ମଧ୍ୟ ଯଥା ସମୟରେ ସାତକୋଶିଆବାସୀ ବିଦ୍ୟୁତ ସେବା ପାଇପାରୁନାହାନ୍ତି ।ଠିକ୍ ସନ୍ଧ୍ୟା ୬ଟାରୁ ବାରମ୍ବାର ବିଦ୍ୟୁତକାଟ ହେଉଛି । ତେଣୁ ରାତ୍ରୀ ସମୟରେ ଜଙ୍ଗଲରୁ ହାତୀ, ବାଘ, ଭାଲୁ ବନ୍ୟଜନ୍ତୁ ଗାଁ ଭିତରକୁ ପ୍ରବେଶ କରୁଛନ୍ତି । ଏଥିସହ ଛାତ୍ରଛାତ୍ରୀମାନେ ସନ୍ଧ୍ୟା ସମୟରେ ବିଦ୍ୟୁତ କାଟ ଯୋଗୁ ପାଠପଢ଼ାରୁ ବଞ୍ଚôତ ହେଉଛନ୍ତି । ଏଣୁ ବାରମ୍ବାର ଅଘୋଷିତ ବିଦ୍ୟୁତକାଟ ଯୋଗୁ ସାତକୋଶିଆ ଅଞ୍ଚଳରେ ଅଶାନ୍ତିର ବାତାବରଣ ଖେଳିଯାଇଛି । ତେଣୁ ବିଦ୍ୟୁତ କାଟ ନକରିବା ପାଇଁ ଆଜି ପ୍ରଜା ସୁରକ୍ଷା ସମିତିର ସଭାପତି ଜନାର୍ଦ୍ଧନ ସାହୁ, ବିରଜା କୁମାର ଜାନୀ, ତ୍ରିଲୋଚନ ଜେନା, ବିରେନ ନାଏକ, ଦିଲେଶ୍ୱର ପ୍ରଧାନ, ଭଗବାନ ପ୍ରଧାନ, ଅରୁଣ ଦତ୍ତ, ପ୍ରଦୀପ ପ୍ରଧାନଙ୍କ ସମେତ ଏକ ପ୍ରତିନିଧି ମଣ୍ଡଳୀ ଏନେଇ ନିର୍ବାହୀ ଯନ୍ତ୍ରୀଙ୍କୁ ଦୃଷ୍ଟି ଆକର୍ଷଣ କରିବା ସହ ଲିଖିତ ଭାବେ ଅବଗତ କରିଛନ୍ତି । ଏବଂ ଆଗାମୀ ଦିନରେ ଏ ସମସ୍ୟା ଦେଖାଦେଲେ ଜନ ଆନେ୍ଦାଳନ ମୁଣ୍ଡ ଟେକିବ ବୋଲି ପ୍ରଜା ସୁରକ୍ଷା ସମିତି ଚେତେଇ ଦେଇଥିବା ଜଣାଯାଇଛି ।