ସାପ୍ତାହିକ ହାଟରେ ଅଗ୍ନିକାଣ୍ଡ, ଜଳିଗଲା ୪୭ଟି ଚାଳିଆ

Nov 20, 2022 - 06:45
 48
ସାପ୍ତାହିକ ହାଟରେ ଅଗ୍ନିକାଣ୍ଡ, ଜଳିଗଲା ୪୭ଟି ଚାଳିଆ
ନିଆଳି : ସାପ୍ତାହିକ ହାଟରେ ଅଗ୍ନିକାଣ୍ଡ। କଟକ ଜିଲ୍ଲା ନିଆଳି ପଞ୍ଚାୟତ ଅଧିନସ୍ଥ ସାପ୍ତାହିକ ହାଟର ଘଟଣା। ନିଆଳି ଓ ଅଡ଼ଶପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଖବର ଅନୁଯାୟୀ, ଶନିବାର ବିଳମ୍ୱିତ ରାତିରେ କୌଣସି କାରଣରୁ ସପ୍ତାହିକ ହାଟରେ ଥିବା ଚାଳିଆରେ ଭୟାବହ ଅଗ୍ନିକାଣ୍ଡ ଲାଗିଯାଇଥିଲା । ଯାହାଫଳରେ ପ୍ରାୟ ୪୭ଟି ଚାଳିଆ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ନିଆଳି ଓ ଅଡ଼ଶପୁର ଅଗ୍ନିଶମ ବିଭାଗର କର୍ମଚାରୀ ଦୀର୍ଘ ୩ ଘଣ୍ଟା କସରତ ପରେ ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଛି। ସୂଚନା ଥାଉ କି ଗତ ୩ ବର୍ଷ ତଳେ ଏହିଭଳି ଭାବରେ ହାଟରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।