ସାଉଥ ଅଭିନେତ୍ରୀ ଉମା ମହେଶ୍ୱରୀଙ୍କ ଦେହାନ୍ତ, ୪୦ ବର୍ଷ ବୟସରେ ଦୁନିଆକୁ ଦେଲେ ବିଦାୟ

Oct 19, 2021 - 07:35
 71
ସାଉଥ ଅଭିନେତ୍ରୀ ଉମା ମହେଶ୍ୱରୀଙ୍କ ଦେହାନ୍ତ, ୪୦ ବର୍ଷ ବୟସରେ ଦୁନିଆକୁ ଦେଲେ ବିଦାୟ
ନୂଆଦିଲ୍ଲୀ : ଗତ କିଛି ଦିନ ହେବ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଗୋଟିଏ ପରେ ଗୋଟିଏ ମୃତ୍ୟୁ ଖବର ସାମ୍ନାକୁ ଆସୁଛି। ବର୍ତ୍ତମାନ ସାଉଥ ଅଭିନେତ୍ରୀ ଉମା ମହେଶ୍ୱରୀଙ୍କ ହଠାତ୍ ଦେହାନ୍ତ ହେବା ସମସ୍ତଙ୍କୁ ଚକିତ କରିଛି। ମେଟି ଅଲି ନାମକ ସାଉଥ୍ ସୋରୁ ଖ୍ୟାତି ଅର୍ଜନ କରିଥିବା ଏହି ଅଭିନେତ୍ରୀ ୪୦ ବର୍ଷ ବୟସରେ ଦୁନିଆକୁ ବିଦାୟ ଦେଇଛନ୍ତି। ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଉମା ମହେଶ୍ୱରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା। ମୃତ୍ୟୁର କିଛି ସମୟ ପୂର୍ବରୁ ସେ ଅସହଜ ଅନୁଭବ କଲେ ଏବଂ ହଠାତ୍ ତଳେ ପଡ଼ିଗଲେ। ଏହା ପରେ ତାଙ୍କୁ ମୃତ ଘୋଷଣା କରାଗଲା। ଜଣେ ପ୍ରସିଦ୍ଧ ଅଭିନେତ୍ରୀଙ୍କ ହଠାତ୍ ଦେହାନ୍ତ ହେବା ଫିଲ୍ମ ଜଗତରେ ଶୋକର ଲହରୀ ଖେଳିଯାଇଛି। ଉମାଙ୍କ ମା ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଶାନ୍ତି ୱିଲିୟମ୍ସ ଏହା ଉପରେ ଦୁଃଖ ପ୍ରକାଶ କରି କହିଛନ୍ତି, ଉମା ମୋର ଏକ ଝିଅ ପରି ଥିଲା। ତାର ମୃତ୍ୟୁ ବିଷୟରେ ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମୁଁ ଜାଣେ ନାହିଁ କାହିଁକି ଈଶ୍ବର ଏତେ କମ୍ ବୟସ ବଞ୍ଚିଥିବା ଲୋକଙ୍କୁ ନେଇଯାଆନ୍ତି। ଯେତେବେଳେ ଆମେ ଏପରି ଘଟଣା ଘଟୁଥିବାର ଦେଖୁ, ବେଳେବେଳେ ଈଶ୍ବରଙ୍କ ଅସ୍ତିତ୍ୱ ସନ୍ଦେହଜନକ ହୋଇଯାଏ।