ସରିଲା ପୌରାଞ୍ଚଳ ନିର୍ବାଚନ

Mar 24, 2022 - 13:46
 55
ସରିଲା ପୌରାଞ୍ଚଳ ନିର୍ବାଚନ
ଭୁବନେଶ୍ୱର, ୨୪/୦୩: ସରିଲା ପୌରାଞ୍ଚଳ ନିର୍ବାଚନ । ଏନେଇ ପ୍ରେସ୍‌ମିଟ୍‌ କରି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର୍‌ ଆଦିତ୍ୟ ପ୍ରସାଦ ପାଢ଼ୀ । ଅଳ୍ପ କିଛି ସ୍ଥାନରେ ହିଂସା ଦେଖିବାକୁ ମିଳିଛି । ବାକି ସବୁ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭୋଟିଂ ହୋଇଛି । ଉମରକୋଟରେ ଆସନ୍ତା କାଲି ରିପୋଲିଂ ହେବ । ଭଦ୍ରକ ଓ ଧାମନଗରରେ ହିଂସାକାଣ୍ଡ ହୋଇଛି । ରିପୋର୍ଟ ପାଇଁ ଅପେକ୍ଷା କରିଛୁ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର୍‌ । ରିପୋର୍ଟ ଆସିବା ପରେ ସେଠାରେ ଭୋଟିଂ ହେବ କି ନାହିଁ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି କମିଶନର୍‌ । ସାରା ରାଜ୍ୟରେ ୬୫% ମତଦାନ ହୋଇଛି । ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୫୦%, ବ୍ରହ୍ମପୁର ମହାନଗର ନିଗମରେ ୪୭% ଏବଂ କଟକ ମହାନଗର ନିଗମରେ ୬୫% ମତଦାନ ହୋଇଛି ବୋଲି ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି କମିଶନର୍‌ ।