ମା’କୁ ଶାବଳରେ ପିଟି ମାରିଦେଲା ପୁଅ

Jun 8, 2022 - 06:46
 48
ମା’କୁ ଶାବଳରେ ପିଟି ମାରିଦେଲା ପୁଅ
ତେଲକୋଇ: ଯେଉଁ ମା’ କୋଳେଇ କାଖେଇ ବଡ଼ କରିଥିଲା। ନିଜ ପଣତ କାନିରେ ମୁହଁ ପୋଛି ଦେଉଥିଲା। ସେହି ମା’କୁ ଶାବଳରେ ପିଟି ହତ୍ୟା କଲା ନୃଶଂସ ପୁଅ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧିନ ବନବିହାରୀପୁର ନୂଆଗାଁରେ। ମୃତ ମହିଳା ଜଣଙ୍କ ହେଲେ ନୂଆଗାଁ ମୁଣ୍ଡା ସାହିର ଟୁଲେଇ ମୁଣ୍ଡା। ଗତକାଲି ଡବରୁ ମଦ ପିଇ ଘରକୁ ଫେରିଥିଲା। କାହିଁକି ପିଉଛି ବୋଲି ମା’ ପୁଅକୁ ତାଗିତ କରିଥିଲା। ଏହି କଥାକୁ ଉଭୟ ମା’ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ପୁଅ ଡବରୁ ଉତକ୍ଷିପ୍ତ ହୋଇ ଘରେ ଥିବା ଶାବଳ ଆଣି ମା’କୁ ମୁଣ୍ଡକୁ ପିଟି ଦେଇଥିଲା। ଘଟଣାସ୍ଥଳରେ ଟୁଲେଇଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ପହଞ୍ଚି ଅଭିଯୁକ୍ତ ପୁଅକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।