ନବୀନ ଓ ମୋଦିଙ୍କ ବାଦିପାଲା ଓଡିଶାବାସୀଙ୍କୁ ଭ୍ରମିତ ପାଇଁ ଉଦ୍ଧିଷ୍ଟ - କଂଗ୍ରେସ

Jan 4, 2019 - 18:27
 209
ନବୀନ ଓ ମୋଦିଙ୍କ ବାଦିପାଲା ଓଡିଶାବାସୀଙ୍କୁ ଭ୍ରମିତ ପାଇଁ ଉଦ୍ଧିଷ୍ଟ - କଂଗ୍ରେସ
ଭୁବନେଶ୍ୱର,୪/୧(ସକାଳଖବର): ପ୍ରଧାନମନ୍ତ୍ରୀ ମୋଦିଙ୍କ ବାରିପଦା ଗସ୍ତ ଅବସରରେ ଚିଟ୍ଫଣ୍ଡର ଦାନବଙ୍କୁ ସୁରକ୍ଷା ଏବଂ ଓଡିଶାରେ ଭାଗୁଆଳି ସରକାରରେ ଥିଲାବେଳେ ବିଜେପି କେତେ ଟଙ୍କା ପିସି ଆକାରରେ ଗ୍ରହଣ କରିଛି ତା’ର ତଥ୍ୟ ରଖିବାକୁ ଆହ୍ୱାନ ଦେଇଛି କଂଗ୍ରେସ । ବିଜେପି ରାଜ୍ୟରେ ବିଜେଡି ସାଙ୍ଗରେ ଦୀର୍ଘ ୯ ବର୍ଷ ଭାଗୁଆଳି ସରକାରରେ ଥିଲାବେଳେ ଯେତେ ଟଙ୍କା ପିସି ଆକାରରେ ପାଇଛି ତାକୁ ଫେରାଇବାକୁ କଂଗ୍ରେସ ଦାବି କରିଛି । ୨୦୦୭ ମସିହାରେ ମୁଖ୍ୟମନ୍ତ୍ରୀଙ୍କର ରାଜ୍ୟବାସୀଙ୍କ ପ୍ରତି ପ୍ରତିଶ୍ରୁତି ଥିଲା ଯେ ରାଜ୍ୟର ସମସ୍ତ ବ୍ଲକର ୩୫ ପ୍ରତିଶତ ଜମିକୁ ଜଳସେଚନ କରିବେ । ପୁନର୍ବାର ୧୩.୨.୨୦୦୮ ମସିହାରେ ରାଜ୍ୟପାଳଙ୍କ ଅଭିଭାଷଣରେ ବିଧାନସଭାରେ ପ୍ରତିଶ୍ରୁତି ଦେଇ କହିଥିଲେ ଯେ ଯେଉଁ ଗ୍ରାମରେ ୩୫ ପ୍ରତିଶତରୁ କମ୍ ଜମିକୁ ଜଳସେଚନ ସୁବିଧା ଅଛି ସେହି ଗ୍ରାମକୁ ପୂର୍ଣ୍ଣ ଜଳସେଚିତ କରିବା ପାଇଁ ୫ ଲକ୍ଷ ଟଙ୍କା ଦିଆଯିବ ଏବ ତତ୍ସହିତ ୨୦୦୯ ମସିହାରେ ପୁନର୍ବାର ପ୍ରତିଶ୍ରୁତି ଦେଇଥିଲେ ଯେ ପ୍ରତ୍ୟେକ ଚାଷୀଙ୍କୁ ଚାଷ ଉଦେ୍ଧଶ୍ୟରେ ମାଗଣାରେ ବିଜୁଳି ଯୋଗାଇ ଦିଆଯିବ । ମାତ୍ର ମୁଖ୍ୟମନ୍ତ୍ରୀ ଜଳସେଚନ ବିଷୟରେ ୨୦୧୪ ରୁ ଅଦ୍ୟାବଧି ରାଜ୍ୟର ଜଳସେଚିତ ଜମି ବିଷୟରେ ଯେଉଁ ତଥ୍ୟ ରଖିଛନ୍ତି ତାହା ସତ୍ୟ ଉପରେ ଆଧାରିତ ନୁହେଁବୋଲି କଂଗ୍ରେସ ଅଭିଯୋଗ କରିଛି । ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ମନୋଜ କୁମାର ମହାପାତ୍ର ଓ ଅଶୋକ ସାମଲ କହିଛନ୍ତି ଯେ ସରକାର ବିଧାନସଭାରେ ମାନିଛନ୍ତି ଯେ ରାଜ୍ୟରେ ଅଦ୍ୟାବଧି ୧୮ ଟି ବୃହତ୍ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଯଥା – ଲୋୟର ଇନ୍ଦ୍ର, ଲୋୟର ସୁକତେଲ, ମହାନଦୀ ଚିତ୍ରେପôଳା, ଆନନ୍ଦପୁର ବ୍ୟାରେଜ, ରେଙ୍ଗାଲି ବାମ ଓ ଦକ୍ଷିଣ ପାଶ୍ୱର୍ କେନାଲ, ସୁବର୍ଣ୍ଣରେଖା ଓ ମହେନ୍ଦ୍ରତନୟା ଭଳି ପ୍ରକଳ୍ପ କାମ ନିର୍ମାଣାଧିନ ଅଛି । ଯଦି ଏ ସମସ୍ତ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଥାନ୍ତା ତେବେ ୪ ଲକ୍ଷ ୧୦ ହଜାର ହେକ୍ଟର ଜମି ଜଳସେଚିତ ହୋଇପାରିଥାନ୍ତା, ଯାହା ବର୍ତମାନ ସୁଦ୍ଧା ହୋଇପାରି ନାହିଁ । ତତ୍କାଳୀନ କଂଗ୍ରେସ ସରକାର ସମୟର ଏହି ଜଳସେଚନ ପ୍ରକଳ୍ପଗୁଡିକ ୨୦୦୬-୦୭ ସୁଦ୍ଧା ସଂପୂର୍ଣ୍ଣ ହେବାର ଥିଲା । ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଆଜି ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇପାରୁ ନାହିଁ । ଏସବୁ ପ୍ରକଳ୍ପର ମୂଳ ବ୍ୟୟ ଅଟକଳ ୫୪୨୧ କୋଟିରୁ ବୃଦ୍ଧି ପାଇଁ ବର୍ତମାନ ୧୭୧୬୦ କୋଟିରେ ପହଂଚିଲାଣି । ଏହାଦ୍ୱାରା ସରକାରଙ୍କୁ ୧୧୭୩୧ କୋଟିର ଅତିରିକ୍ତ ବୋଝ ପଡିବା ସତ୍ୱେ ଏ ପର୍ଯ୍ୟନ୍ତ ପ୍ରକଳ୍ପଗୁଡିକ ସଂପୂର୍ଣ୍ଣ ହୋଇ ନପାରିବା ଅତ୍ୟନ୍ତ ପରିତାପର ବିଷୟ । ଏଭଳି ଭ୍ରମାତ୍ମକ ତଥ୍ୟ ରଖି ରାଜ୍ୟ ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ ଭୂଅାଁ ବୁଲାଉଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ସୋନାଲି ସାହୁ ଓ ପ୍ରଶାନ୍ତ ଶତପଥି ଉପସ୍ଥିତ ଥିଲେ ।