ସଡ଼କ ଦୁର୍ଘଟଣାରେ ଅତିରିକ୍ତ ଜିଲାପାଳଙ୍କ ମୃତୁ୍ୟ, ଡ୍ରାଇଭର ଗୁରୁତର

Aug 26, 2019 - 18:32
 119
ବୌଦ୍ଧ, ୨୬/୮(ସକାଳଖବର): ୫୭ ନଂ ଜାତୀୟ ରାଜପଥର ଚାରିଛକ ନିକଟସ୍ଥ କଲରାକୋଠା ଠାରେ ଆଜି ସକାଳ ପ୍ରାୟ ୮ ଟା ସମୟରେ ଘଟିଯାଇଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବୌଦ୍ଧ ଅତିରିକ୍ତ ଜିଲାପାଳ ରମାକାନ୍ତ ସେଠୀଙ୍କ ମୃତୁ୍ୟ ହୋଇଛି । ଦୁର୍ଘଟଣାରେ ଗାଡିର ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ଅତିରିକ୍ତ ଜିଲାପାଳ ଶ୍ରୀ ସେଠୀ ନିଜ ଛୁଟି ସରିବା ପରେ ଭୁବନେଶ୍ୱରରୁ ସରକାରୀ କାର୍ ( ନଂ- ଓଡି-୨୭ଏ-୫୨୫୧ ) ଯୋଗେ ବୌଦ୍ଧକୁ ଆସୁଥିବା ସମୟରେ ବୌଦ୍ଧ ଜିଲାର ଚାରିଛକ ନିକଟସ୍ଥ କଲରାକୋଠା ଠାରେ ଏହି ଦୁର୍ଘଟଣା ଘଟିଥିଲା । ଡ୍ରାଇଭର ଗାଡି ଚାଳନା ସମୟରେ ଭାରସାମ୍ୟ ହରାଇବାରୁ ଗାଡିର ପଛପାଖ ଏକ ଗଛରେ ପିଟି ହୋଇଥିଲା । ଅତିରିକ୍ତ ଜିଲାପାଳ ରମାକାନ୍ତ ସେଠୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୁଣାକଟକ ଡାକ୍ତରଖାନା ଓ ପରେ ବୌଦ୍ଧ ଜିଲା ମୁଖ୍ୟ ଚିକିସôାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର ବୌଦ୍ଧ ଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।