ଏବିଭିପି ପକ୍ଷରୁ ବିକ୍ଷୋଭ ଓ କୁଶ ପୁତଳିକା ଦାହ

Aug 26, 2019 - 18:33
 95
କନ୍ଧମାଳ,୨୬/୮(ସକାଳଖବର): ରାଜ୍ୟ ସରକାରଙ୍କ ଦ୍ୱାରା ମହାବିଦ୍ୟାଳୟ ଗୁଡିକରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ନିଷ୍ପତି ବିରୋଧରେ ଆଜି ଫୁଲବାଣୀ ମାଦିକୁନ୍ଦା ଛକଠାରେ ଜିଲା ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ (ଏବିଭିପି) ପକ୍ଷରୁ ବିକ୍ଷୋଭ ଓ କୁଶ ପୁତଳିକା ଦାହ କରାଯାଇଛି । ଏବିଭିପିର ଜିଲା ପ୍ରମୁଖ ଶିବାଶିଷ ପଣ୍ଡାଙ୍କ ନେତୃତ୍ୱରେ ସଭାପତି ସୁଦର୍ଶନ ବାରିକ, ଜିଲା ସଂଗଠନ ସମ୍ପାଦକ ବିକାଶ ନାୟକଙ୍କ ସମେତ ୩୦ ରୁ ଅଧିକ ଛାତ୍ରଛାତ୍ରୀ ଏକାଠି ହୋଇ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତଳିକା ଦାହ କରିବା ସହିତ ରାଜ୍ୟରେ ପୁନର୍ବାର ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ଦାବୀ କରିଥିଲେ । ଏ ସଂକ୍ରାନ୍ତରେ ଆସନ୍ତାକାଲି କନ୍ଧମାଳ ଜିଲାପାଳଙ୍କୁ ଏବିଭିପି ତରଫରୁ ଏକ ଦାବୀ ପତ୍ର ମଧ୍ୟ ପ୍ରଦାନ କରାଯିବ ବୋଲି ଜିଲା ପ୍ରମୁଖ ଶୁଭାସିଷ ପଣ୍ଡା କହିଛନ୍ତି ।