ଛାତ୍ର ସଂସଦ ନିର୍ବାଚନ ବାତିଲ ନିଷ୍ପତି ବିରୁଦ୍ଧରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରିଲା ଏବିଭିପି

Aug 23, 2019 - 17:43
 112
ଭୁବନେଶ୍ୱର, ୨୩/୮(ସକାଳକବର); ଚଳିତ ବର୍ଷ ଛାତ୍ରସଂସଦ ନିର୍ବାଚନ ବାତିଲ କରିବା ପାଇଁ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ମାହୋଲରେ ଏହାକୁ ଦୃଢ଼ ନିନ୍ଦା କରାଯାଇଛି । କ୍ୟାମ୍ପସର ବିଭିନ୍ନ ପ୍ରକାର ନେତୃତ୍ୱକୁ ବିକାଶ କରୁଥିବା ଏହି ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରବାରେ ସରକାରଙ୍କ୍ ରାଜନୈତିକ ଫାଇଦା ରହିଛି ବୋଲି ଛାତ୍ରଛାତ୍ରୀ ମତ ପ୍ରକାଶ କରିଛନ୍ତି । ଏହି ଘଟଣା ଗଣତନ୍ତ୍ରର ହତ୍ୟା ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥô ପରିଷଦର ରାଜ୍ୟ ସମ୍ପାଦକ ଶଶୀକାନ୍ତ ମିଶ୍ର ମତ ରଖିଛନ୍ତି । ଆଜି ଏହି ଘଟଣାକୁ ନେଇ ବିଦ୍ୟାର୍ଥୀ ପରିଷଦର ଶତାଧିକ କାର୍ଯ୍ୟକର୍ତା ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ । ଏଥବରେ ପ୍ରାୟ ୩୫ ରୁ ଅଧିକ ଛାତ୍ରନେତା ଓ ୫ ଜଣ ଛାତ୍ରୀଙ୍କୁ ପୋଲିସ ଅଟକ ରଖିଥିଲା । ସରକାରଙ୍କ ଏହିଭଳି ପଦକ୍ଷେପକୁ ପୁନଃବିଚାର କରାଯାଉ ବୋଲି ଏବିଭିପି ଦାବି ରଖିଛି । କ୍ୟାମ୍ପସରେ ନିଜର ଛାତ୍ର ସଂଗଠନର ଦୁର୍ବଳତା ତଥା ଗୋଷ୍ଠୀ କନ୍ଦଳକୁ ଘୋଉଡ଼ାଇବାକୁ ଯାଇ ବିଜୁ ଛାତ୍ର ଜନତା ଦଳ ଏହିଭଳି ଏକ ପଦକ୍ଷେପ ନେଇଛି ବୋଲି ବାଣୀବିହାରର ଛାତ୍ର ନେତା ସଂଜୟ ମଲ୍ଲିକ କହିଛନ୍ତି । ବିଭିନ୍ନ କ୍ୟାମ୍ପସରେ ବିଦ୍ୟାର୍ଥୀ ପରିଷଦର ଉତଥାନ ଦେଖି ସରକାର ଭୟଭୀତ ବୋଲି ଆଶା କରାଯାଏ, ଏହା ବିରୋଧରେ ସାରା ରାଜ୍ୟରେ ଆଜି ଆନେ୍ଦାଳନ କରାଯାଇଥିଲା । ବିଦ୍ୟାର୍ଥୀ ପରିଷଦ ଆଜି ସମସ୍ତ ବିଶ୍ୱ ବିଦ୍ୟାଳୟ ଓ ପ୍ରମୁଖ ମହାବିଦ୍ୟାଳୟ ସାମ୍ନାରେ ଗଣତାନ୍ତ୍ରିକ ଉପାୟରେ ଆନେ୍ଦାଳନ କରିଛନ୍ତି । ଯଦି ଏହାର ତୁରନ୍ତ ପୁନର୍ବିଚାର ନ କରାଯାଇ କିଛି ସମାଧାନ ନ କରାଯାଏ ତେବେ ସାରା ରାଜ୍ୟରେ ଏହି ଆନେ୍ଦାଳନ ତୀବ୍ର ରୂପ ଧାରଣ କରିବ ବୋଲି ରାଜ୍ୟ ସମ୍ପାଦକ ଶଶୀକାନ୍ତ ମିଶ୍ର ଚେତାବନୀ ଦେଇଛନ୍ତି । ଏହି ଆନେ୍ଦାଳନରେ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ ସମ୍ପାଦକ ଅଭିଳାଷ ପଣ୍ଡା ଉପସ୍ଥିତ ରହିଥିଲେ, ଏବଂ ଛାତ୍ରନେତା ସୌଭାଗ୍ୟ ରାଉତ, କିରଣ ପ୍ରଧାନ, ମହାନଗର ସହ-ସମ୍ପାଦକ ସମ୍ବିତ ରାଉତ, ପିଂଟୁ ପ୍ରତୀକ ନାଏକ, ସୋମୁ ଦେ, ଲୀନା ନନ୍ଦିତା ପରିଡ଼ା, ମିଲନ ମହାପାତ୍ର, ମହର୍ଷି ଶବର, ପଦ୍ମା ରାଓ, ବର୍ଷା ଦାସ, ସରୋଜ ମହାପାତ୍ର, ଦେବବ୍ରତ ଦାସ, ଶୁଭମ୍ ସାହୁ, ବିଶ୍ୱଶ୍ରୀ ସ୍ୱାଇଁ, ମାନସ ସେଠୀ ଉପସ୍ଥିତ ରହିଥିଲେ ।