ଷ୍ଟାର୍ଟ ଅପ୍ ଇଣ୍ଡିଆ –ଓଡିଶା ଯୋଜନାରେ ଶ୍ରୀ ଶ୍ରୀ ବିଶ୍ୱ ବିଦ୍ୟାଳୟର ସଫଳତା

May 30, 2018 - 07:46
 175
ଷ୍ଟାର୍ଟ ଅପ୍ ଇଣ୍ଡିଆ –ଓଡିଶା ଯୋଜନାରେ ଶ୍ରୀ  ଶ୍ରୀ ବିଶ୍ୱ ବିଦ୍ୟାଳୟର ସଫଳତା
କଟକ, ୩୦.୫ (ସକାଳଖବର) :ଷ୍ଟାର୍ଟ ଅପ୍ ଇଣ୍ଡିଆ –ଓଡିଶା ଯାତ୍ରାରେ ୩୬୦୦ କିସମ ଅଭିନବ ଚିନ୍ତାଧାରା ଦକ୍ଷତା ବିକାଶ ପାଇଁ ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ ୭୫ ଟିକୁ ଉତ୍ତମ ଭାବେ ବିବେଚନା କରାଯାଇଛି । ଏଥିମଧ୍ୟରୁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ୭ଟି ସୃଜନକୁ ରାଜ୍ୟର ଏକମାତ୍ର ବିଶ୍ୱବିଦ୍ୟାଳୟର ସଫଳତା ଭାବେ ଗ୍ରହଣ କରାଯାଇଛି । ଷ୍ଟାର୍ଟ ଅପ୍ ଇଣ୍ଡିଆ –ଓଡିଶା ଯାତ୍ରା ଓଡିଶା ସରକାରଙ୍କର ଦକ୍ଷତା ବିକାଶ ଦିଗରେ ଏକ ନୂତନ ପ୍ରୟାସ । ଏହା ରାଜ୍ୟର ଛାତ୍ରଛାତ୍ରୀମାନଙ୍କ କୋ÷÷ଶଳ ବିକାଶ ପାଇଁ ସେମାନଙ୍କ ନୂତନ ଚିନ୍ତାଧାରାକୁ ପ୍ରୟୋଗ କରିବା ପାଇଁ ଉଦ୍ଧିଷ୍ଟ । ଇନ୍ଭେଷ୍ଟ ଇଣ୍ଡିଆ ଓ ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ସହାୟତାରେ ଫେବୃୟାରୀ ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ଷ୍ଟାର୍ଟ ଅପ୍ ଉଇକ୍’ ଅନୁଷ୍ଠିତ ହୋଇଥିଲା । ଏହି ଅଭିଯାନ ନୂତନ ଶିଳ୍ପୋଦ୍ୟୋଗୀମାନଙ୍କୁ ନୂତନ ସଂଭାବନା ଓ ସୁଯୋଗ ଆଣିଦେବା ସହ ଶିଳ୍ପ ବିଶେଷଜ୍ଞମାନଙ୍କ ସହିତ ନିଜ ନିଜର ଚିନ୍ତାଧାରା ବିନିମୟ ସଂପର୍କରେ ସୁଯୋଗ ସୃଷ୍ଟି କରିଥିଲା । ୪୦୦ରୁ ଉଦ୍ଧ୍ୱର୍ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ସେମାନଙ୍କର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଓଡିଶା ରାଜ୍ୟ ସରକାର ଦାୟିତ୍ୱ ବହନ କରି ଚୟନ କରାଯାଇଥିବା ୭ ଗୋଟି ସୃଜନକୁ ଫେଲୋସିପ୍ ପ୍ରଦାନ କରିବେ ।