ଶ୍ୱେତା ବଚ୍ଚନଙ୍କ ଖୁଲାସା, ଛୋଟବେଳେ ମା’ ଜୟା ବଚ୍ଚନଙ୍କଠାରୁ ଖୁବ୍ ମାଡ଼ ଖାଉଥିଲେ
ମୁମ୍ୱାଇ ୧୧/୧୦: ନବ୍ୟା ନଭେଲି ନନ୍ଦା ପୋଡକାଷ୍ଟ ପ୍ଲାଟଫର୍ମରେ ପ୍ରବେଶ କରିବା ଦିନଠାରୁ କ୍ରମାଗତ ଭାବରେ ଲାଇମଲାଇଟରେ ରହି ଆସୁଛନ୍ତି। ଷ୍ଟାର କିଡ୍ ଯିଏ ଏବେ ଜଣେ ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି। ତାଙ୍କ ପୋଡକାଷ୍ଟରେ ‘ହ୍ୱାଟ୍ ଦ ହେଲ୍’ରେ ମା’ ଶ୍ୱେତା ବଚ୍ଚନ ଏବଂ ଜେଜେ ମା’ ଜୟା ବଚ୍ଚନ ନଜର ଆସିଥିଲେ। ଶୋ’ରେ ଏହି ତିନିଜଣ ପ୍ରତିଦିନ କରୁଛନ୍ତି ନୂଆ ନୂଆ ଖୁଲାସା । ନିକଟରେ ପୋଡକାଷ୍ଟରେ ଶ୍ୱେତା ତାଙ୍କ ପିଲାଦିନ ବିଷୟରେ କହିଥିଲେ। ପିଲାଦିନେ ମା’ ଜୟା ବଚ୍ଚନଙ୍କ ଠାରୁ କିପରି ମାଡ ଖାଉଥିଲେ ସେ ବିଷୟରେ କରିଛନ୍ତି ଖୁଲାସା।
ତାଙ୍କ ପିଲାଦିନ ବିଷୟରେ କଥା ହୋଇ ଶ୍ୱେତା କହିଥିଲେ ଯେ, ତାଙ୍କୁ ଭାରତନାଟ୍ୟମ୍, ହିନ୍ଦୀ ଶାସ୍ତ୍ରୀୟ ସଙ୍ଗୀତ, ସନ୍ତରଣ, ସୀତାରା ଏବଂ ପିଆନୋ ଶିଖିବାର ଥିଲା। ଏଥିପାଇଁ ସେ ମାଡ଼ କାଇଛନ୍ତି ଖାସ୍ କରି ଚାପୁଡ଼ା। ଏକଥା ଶୁଣି ଜୟା ବଚ୍ଚନ କହିଥିଲେ, ଅଭିଷେକ ବଚ୍ଚନ ଆଦୌ ମାଡ଼ ଖାଉ ନଥିଲେ। ମୁଁ ବିଶ୍ୱାସ କରେ ଯେ ସବୁବେଳେ ବଡ଼ ପୁଅ କିମ୍ବା ଝିଅକୁ ଅଧିକ ମାଡ଼ ବସେ। ଜୟା କହିଥିଲେ ପିଲାଦିନେ ମୋତେ ବି ବହୁତ ମାଡ ପଡ଼ିଥିଲା। କିନ୍ତୁ ମୋ ସାନ ଭଉଣୀମାନେ ମାଡ଼ ଖାଉ ନଥିଲେ।
ଏହା ଶୁଣିବା ପରେ ନବ୍ୟା ନାଭେଲି ନନ୍ଦା ଜାଣିବାକୁ ଚାହିଁଲେ ଯେ ତାଙ୍କ ଜେଜେମା ଜୟା ତାଙ୍କ ମା ସ୍ୱେତାଙ୍କୁ କାହିଁକି ମାଡ଼ ମାରୁଥିଲେ? ତା’ପରେ ଜୟା କହିଥିଲେ ଯେ ଶ୍ୱେତା ବହୁତ ରାଗି ଓ ଜିଦଖୋର ଥିଲେ। ସେ ଥିପାଇଁ ସେ ଖୁବ୍ ମାଡ଼ ଖାଆନ୍ତି। ଜୟା ଆହୁରି ମଧ୍ୟ କହିଥିଲେ ଯେ ସ୍ୱେତାଙ୍କ ଉପରକୁ ହାତ ଉଠାଇଲେ, ଅନେକ ସମୟରେ ଏହାକୁ ବିରୋଧ କରୁଥିଲେ ସ୍ୱେତାଙ୍କ ବାପା ଅମିତାଭ ବଚ୍ଚନ।ଜୟା ବଚ୍ଚନ ଖୁବଶୀଘ୍ର କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ ରକି ଓୌର୍ ରାନୀଙ୍କ ପ୍ରେମ କାହାଣୀରେ ଆଲିଆ ଭଟ୍ଟ ଏବଂ ରଣଭୀର ସିଂଙ୍କ ସହ ନଜର ଆସିବେ। ଜୟାଙ୍କ ବ୍ୟତୀତ ଧର୍ମେନ୍ଦ୍ର ଏବଂ ଶବାନା ଆଜମି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।