ଅର୍ଚ୍ଚନାଙ୍କ ଆକ୍ସନ ପ୍ଲାନ: ନିଶା ଦେଇ କରୁଥିଲେ ନ୍ୟୁଡ ଭିଡିଓ
ଭୁବନେଶ୍ୱର: ବିତ୍ତଶାଳୀ ଓ ପ୍ରଭାବଶାଳୀଙ୍କୁ ବ୍ଲାକମେଲ୍ କରି କୋଟି କୋଟି ଟଙ୍କା କମେଇଥିବା ଅର୍ଚ୍ଚନା ନାଗଙ୍କ ଗୁମର ଦିନକୁ ଦିନ ଫିଟିବାରେ ଲାଗିଛି। ବ୍ଲାକମେଲ କରିବା ନିମନ୍ତେ ସେ ପ୍ରସ୍ତୁତ କରୁଥିଲେ ବ୍ଲୁ ପ୍ରିଣ୍ଟ। ଏଥିରେ କାହାକୁ ମୋହରା ସଜାଉଥିଲେ ତ କାହାକୁ ଟାର୍ଗେଟ କରୁଥିଲେ। ନିଜ ହାତରେ ରିମୋଟ କଣ୍ଟ୍ରୋଲ ରଖୁଥିବା ବେଳେ ଅନ୍ୟ ଯୁବତୀଙ୍କୁ ନିଜ ଇସାରାରେ ନଚାଉଥିଲେ। ସେମାନଙ୍କ ଦ୍ୱାରା ବହୁ ହାଇ ପ୍ରୋଫାଇଲ ଲୋକଙ୍କୁ ଫସାଇ ନଗ୍ନ ଭିଡିଓ କରିବା ପରେ କରୁଥିଲେ ବ୍ଲାକେମଲ। ଧମକଚମକ ଦେଇ ଲୁଟୁଥିଲେ କୋଟି କୋଟି ଟଙ୍କା। ଏହାଦ୍ୱାରା ସେ ମାଲେମାଲ ହେବା ସହ ଖୁବ୍ କମ୍ ଦିନରେ ଛିଡ଼ା କରିଥିଲେ ବିଶାଳ ସାମ୍ରାଜ୍ୟ। ଖଣ୍ଡଗିରି ଥାନାରେ ଜଣେ ପୀଡ଼ିତା କରିଥିବା ଏତଲାରୁ ସାମନାକୁ ଅସିଛି ଏପରି ସାଂଘାତିକ ତଥ୍ୟ।
ଖଣ୍ଡଗିରି ଥାନାରେ ଗତ ୨ ତାରିଖରେ ପୀଡ଼ିତା ଅର୍ଚ୍ଚନାଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ। ସେଥିରେ ପୀଡ଼ିତା ସ୍ପଷ୍ଟ ଭାବେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ସହ ସହଯୋଗୀ ଖଗେଶ୍ୱରର ନାଁ ଉଲ୍ଲେଖ କରିଛନ୍ତି। ଚାକିରି ଦେବାକୁ କହି କେମିତି ଅର୍ଚ୍ଚନା ଓ ଜଗବନ୍ଧୁ ତାଙ୍କୁ ବ୍ଲାକମେଲିଂ କରିଥିଲେ ଓ ଏକ ପାର୍ଟିରେ ନିଶାଯୁକ୍ତ ମୃଦୁପାନୀୟ ଦେଇ ତାଙ୍କର ଅଶ୍ଳୀଳ ଭିଡିଓ ତିଆରି କରିଥିଲେ ସେ କଥା ବି ଲେଖିଛନ୍ତି। ଏମିତିକି ଅର୍ଚ୍ଚନା, ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱର ବିଭିନ୍ନ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ କରୁଥିବା ବି ସେ ସେଥିରେ ଉଲ୍ଲେଖ କରିଛନ୍ତି।
ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଚାକିରି ସନ୍ଧାନରେ ଆସିଥିବା ବେଳେ ୨୦୧୮ରେ ଅର୍ଚ୍ଚନାଙ୍କ ସହ ତାଙ୍କ ପରିଚୟ ହୋଇଥିଲା। ଗୋଟିଏ ବିଲ୍ଡିଂରେ ଘର ଭଡ଼ା ନେଇ ରହୁଥିବାରୁ ଉଭୟଙ୍କ ମଧ୍ୟରେ ମିଳାମିଶା ବଢ଼ିଥିଲା। ପରେ ଚାକିରି ଆଳରେ ପୀଡ଼ିତାଙ୍କୁ ଜାଲରେ ଫସାଇଥିଲେ ବ୍ଲାକମେଲର୍ ଅର୍ଚ୍ଚନା। ଆଉ ଅଶ୍ଳୀଳ ଭିଡିଓ ତିଆରି କରି ବ୍ଲାକମେଲ କଲେ ସେଥିରୁ ଭଲ ରୋଜଗାର ହୁଏ ବୋଲି କହି ପୀଡ଼ିତାଙ୍କୁ ପ୍ରବର୍ତ୍ତାଇଥିଲେ।
ଏହାପରେ ସୁଯୋଗ ପାଇ ଦିନେ ରାତିରେ ତାଙ୍କୁ ପାର୍ଟି ନାଁରେ ନିଶା ପାନୀୟ ପିଆଇ ବେହୋସ କରି ଦେଇଥିଲେ ଅର୍ଚ୍ଚନା। ଆଉ ଚେତା ଫେରିଲା ବେଳକୁ ନିଜେ ନିର୍ବସ୍ତ୍ର ହୋଇ ପଡ଼ି ରହିଥିବା ପୀଡ଼ିତା ଏତଲାରେ ଉଲ୍ଲେଖ କରିଛନ୍ତି। ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଏଭଳି କରିଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି। ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଉକ୍ତ ନଗ୍ନ ଭିଡିଓ ଦେଖାଇ ତାଙ୍କୁ ବ୍ଲାକମେଲ କରୁଥିଲେ।
ଗତ ଏପ୍ରିଲରେ ଅକ୍ଷୟ ପରିଜାଙ୍କ ନମ୍ବର ଦେଇ ପୀଡ଼ିତାଙ୍କୁ ତାଙ୍କ ସହ ଚାଟିଂ ପାଇଁ କହିଥିଲେ ଅର୍ଚ୍ଚନା। ଏହାପରେ ଅକ୍ଷୟ ପରିଜାଙ୍କୁ ଡକାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ଆଉ ଉଭୟଙ୍କ ମିଳାମିଶାକୁ ଅର୍ଚ୍ଚନା ସୁଟିଂ କରି ପରେ ବ୍ଲାକମେଲ୍ କରିବା ଆରମ୍ଭ କରିଥିବା ନିଜ ଏଫଆଇଆରରେ ଉଲ୍ଲେଖ କରିଛନ୍ତି ପୀଡ଼ିତା।
ଅର୍ଚ୍ଚନାଙ୍କ ସହ ତାଙ୍କ ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱର ବିଭିନ୍ନ ଲୋକଙ୍କଠାରୁ କୋଟି କୋଟି ଟଙ୍କା ବଳପୂର୍ବକ ଆଦାୟ କରୁଥିଲେ ବୋଲି ବି ଲେଖିଛନ୍ତି ପୀଡ଼ିତା। ତେବେ ଉକ୍ତ ଏତଲାକୁ ୯ ଦିନ ବିତିଯାଇଥିଲେ ବି ଏଯାଏଁ ଖଗେଶ୍ୱରଙ୍କୁ କମିଶନରେଟ୍ ପୁଲିସ ଆଦୌ ପଚରାଉଚରା କରିନାହିଁ। ଅର୍ଚ୍ଚନାଙ୍କୁ ରାତିଅଧିଆ ଗିରଫ କରି ଜେଲ୍ ପଠାଇଥିବାବେଳେ ସ୍ୱାମୀ ଜଗବନ୍ଧୁଙ୍କ ପତ୍ତା ମିଳୁନି। ଏଥିନିମନ୍ତେ ପୁଲିସ୍ର ସେପରି ତତ୍ପରତା ଦେଖିବାକୁ ମିଳୁନି। ମୁଁ ଜଗବନ୍ଧୁଙ୍କୁ ଜାଣେ ହେଲେ ଆସୁଥିବା ଅଭିଯୋଗରେ ମୋର ସଂପୃକ୍ତି ନାହିଁ ବୋଲି ନିଜ ସଫେଇରେ କହିଛନ୍ତି ଖଗେଶ୍ୱର। ଏପରିକି ପୁଲିସ୍ ପଚାରିଲେ ସବୁ କଥା ସଫା ସଫା କହିବେ ବୋଲି ବି କହିଛନ୍ତି।