ଶ୍ରୀ ରାମକୃଷ୍ଣ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା
ଅନୁଗୋଳ,୧୯/୧(ସକାଳଖବର): ଅନୁଗୋଳ ସହରର ଟିଭି ସେଣ୍ଟର ସାମ୍ନାସ୍ଥିତ ଶ୍ରୀ ରାମକୃଷ୍ଣ ଶିଶୁ ବିଦ୍ୟାମନ୍ଦିରର ଦଶମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଆଚାର୍ଯ୍ୟା ମମତା ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କ୍ରୀଡ଼ା ପ୍ରତିଯୋଗିତାରେ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଦୌଡ଼, ବେଙ୍ଗଦୌଡ଼, ଅଙ୍କ ଦୌଡ଼, ବିସ୍କୁଟ ଦୌଡ଼, ପୁଚି, ଦଉଡ଼ିଡ଼ିଆଁ, ଲମ୍ବଡ଼ିଆଁ, ସାଇକେଲ ରେସ୍, ମ୍ୟୁଜିକ ଚେୟାର ଆଦି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଆଜି ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉକ୍ରଳ ନବଜୀବନ ମଣ୍ଡଳର ସାଧାରଣ ସଂପାଦକ ତଥା ବିଶିଷ୍ଠ ସମାଜସେବୀ ଶିବରାମ ମିଶ୍ର ଓ ସମ୍ମାନୀତ ଅତିଥି ଭାବେ ବିଦ୍ୟାମନ୍ଦିରର ପରିଚାଳନା ସଂପାଦକ ସୁସାନ୍ତ କୁମାର ସାହୁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଲେ ଯେ ଛାତ୍ରଛାତ୍ରୀମାନଙ୍କୁ ପାଠପଢ଼ାସହିତ ଖେଳକୁଦ ଉପରେ ତାଲିମ ଦେବା ଆବଶ୍ୟକ । କାରଣ ଶିକ୍ଷାର ଅନ୍ୟତମ ଅଙ୍ଗ ହେଉଛି କ୍ରୀଡ଼ା । କ୍ରୀଡ଼ା ଦ୍ୱାରା ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ଘଟିଥାଏ ବୋଲି ପ୍ରକାଶ କରିଥିଲେ । ଏଣୁ ଛାତ୍ର ଛାତ୍ରୀମାନଙ୍କୁ ପ୍ରାରମ୍ଭରୁ କ୍ରୀଡ଼ା ଉପରେ ତାଲିମ ପ୍ରଦାନ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହି କ୍ରୀଡ଼ା ପ୍ରତିଯୋଗିତାକୁ ବିଦ୍ୟାମନ୍ଦିରର ଗୁରୁଜୀ ଆଦିତ୍ୟ କୁମାର ନାଥ, ମହେଶ ମହାରଣା, ବିନୋଦୀନି ଦାସ, ଜ୍ୟୋତ୍ସାରାଣୀ ପ୍ରଧାନ, ନିରୂପମା ଗଡ଼ନାୟକ, ବବିତା ସାମଲ, ଜ୍ୟୋର୍ତିମୟୀ ପ୍ରଧାନଙ୍କ ସମେତ ଆୟା ମଞ୍ଜୁଲତା ଦେହୁରୀ, ରୋଜାଲିନ ସେଠୀ ପ୍ରମୁଖ ପରିଚାଳନା କରିଥିଲେ ।