ହାଇକୋର୍ଟ ବାରକୁ ଅନୁଗୋଳ ଓକିଲ ସଂଘର ସମର୍ଥନ

Oct 31, 2018 - 17:39
 179
ହାଇକୋର୍ଟ ବାରକୁ ଅନୁଗୋଳ ଓକିଲ ସଂଘର ସମର୍ଥନ
ଅନୁଗୋଳ, ୩୧/୧୦ (ସକାଳଖବର): ଓକିଲ ପୋଲିସ ବିବାଦକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବାବେଳେ ଆଜି ଓଡ଼ିଶା ହାଇକୋର୍ଟ ବାରର ଅନୁରୋଧକ୍ରମେ ଅନୁଗୋଳ ବାର ଆସୋସିଏସନ ପକ୍ଷରୁ କାର୍ଯ୍ୟବନ୍ଦ ଆନେ୍ଦାଳନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ସୂଚନା ଯେ, ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ଉପରେ ହୋଇଥିବା ପୋଲିସର ଆକ୍ରମଣକୁ ହାଇକୋର୍ଟ ବାର ଆସୋସିଏସନର ତୀବ୍ର ବିରୋଧ କରିଛି । ଏହି ଘଟଣା ସମାଧାନ ନହୋଇ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଯଦ୍ୱାରା ହାଇକୋର୍ଟ ବାର ଆସନ୍ତା କାଲି ରାଜ୍ୟର ସମସ୍ତ ଓକିଲ ସଂଘର କର୍ମକର୍ତ୍ତା ହାଇକୋର୍ଟ ବାର ଆସୋସିଏସନଠାରେ ମିଳିତ ହୋଇ ପରବର୍ତ୍ତି ନିଷ୍ପତ୍ତି ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏଥିିରେ ଅନୁଗୋଳ ସକିଲ ସଂଘର କର୍ମକର୍ତ୍ତାମାନେ ମଧ୍ୟ ଯୋଗ ଦେବେ । ଏହି କାର୍ଯ୍ୟବନ୍ଦ ଆନେ୍ଦାଳନ ଆସନ୍ତା କାଲି ତା.୦୧.୧୧.୨୦୧୮ ପର୍ଯ୍ୟନ୍ତ ଜାରି ରହିବ । ୨ତାରିଖ ପୁଣି ଦିନ ୧୦.୩୦ ମିନିଟରେ ସଂଘର ସାଧାରଣ ପରିଷଦ ବୈଠକ ନିଷ୍ପତ୍ତିପରେ ସଂଘ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି ସଂଘର ସଭାପତି ଶ୍ରୀ ଦିଲ୍ଲୀପ ଦାସ ଏବଂ ସମ୍ପାଦକ ଜିତେନ୍ଦ୍ର କୁମାର ସାହୁ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ।ଏହି ଆନେ୍ଦାଳନରେ ବାରର ୩ ଶହରୁ ଉଦ୍ଧ୍ୱର୍ ଆଇନଜୀବୀ ଅଂଶଗ୍ରହଣ କରି ରାଜ୍ୟ ସରକାରଙ୍କ ଅପାରଗତାକୁ ଦୃଢ଼ ବିରୋଧ କରିବା ସହ ନିନ୍ଦା କରିଥିଲେ ।