ଶୁକ୍ରବାରରୁ ଶ୍ରୀଲିଙ୍ଗରାଜଙ୍କ ପହିଲି ଭୋଗ ନୀତି

Dec 12, 2022 - 05:31
 38
ଶୁକ୍ରବାରରୁ ଶ୍ରୀଲିଙ୍ଗରାଜଙ୍କ ପହିଲି ଭୋଗ ନୀତି
ଭୁବନେଶ୍ୱର: ଶୁକ୍ରବାର ଭୋରରୁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପହିଲି ଭୋଗ ନୀତି ଆରମ୍ଭ ହେବ । ମାସେ ବ୍ୟାପି ଏହି ସ୍ୱତନ୍ତ୍ର ନୀତି ନିମନ୍ତେ ମନ୍ଦିର ଦୈନିକ ଭୋର ୫ଟାରୁ ଖୋଲାଯାଇ ସକାଳ ଧୂପ ଓ ସାହାଣମେଲା ନୀତି ଅନୁଷ୍ଠିତ ହେବ । ଏହା ପରେ ଦିଅଁଙ୍କ ମାଘସ୍ନାନ କରାଯାଇ ଭୋଗମଣ୍ଡପ ନୀତି ସମ୍ପନ୍ନ ହେବ । ଏଥିରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ଗଇଁଠା ଓ ମୁଆଁ ମହାପ୍ରଭୁଙ୍କ ଠାରେ ଭୋଗ ଲାଗି କରାଯିବ । ସେହିପରି ସକାଳ ୯ଟାରୁ ୨ଟା ପର୍ୟ୍ୟନ୍ତ ଭକ୍ତମାନେ ପୁଣି ସାହାଣମେଲା ଦର୍ଶନ କରିପାରିବେ । ଏହିପରି ଭାବେ ସମସ୍ତ ନୀତି ସମ୍ପନ୍ନ ହୋଇ ମନ୍ଦିର ନିର୍ଦ୍ଧାରିତ ସମୟର ପ୍ରାୟ ଗୋଟିଏ ଘଣ୍ଟା ପୂର୍ବରୁ ଅର୍ଥାତ ରାତି ୯ଟାରେ ପହୁଡ ପଡିବ । ମାସେ ବ୍ୟାପି ଏହି ନୀତି ପ୍ରଚଳନ ପାଇଁ ପ୍ରସ୍ତାବ ରଖାଯାଇଛି । ଯାହା ଖୁବ ଶୀଘ୍ର ମନ୍ଦିର କାର୍ୟ୍ୟାଳୟରୁ ବିଜ୍ଞପ୍ତି ଜାରି କରାଯିବ । ଏ ନେଇ ମନ୍ଦିର କାର୍ୟ୍ୟାଳୟ ମଧ୍ୟ ସମସ୍ତ ପ୍ରସ୍ତୁତି ଆରମ୍ଭ କରି ସାରିଛି ।