ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ

Dec 25, 2020 - 19:37
 112
ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ
ଭୁବନେଶ୍ୱର ୨୫/୧୨(ସକାଳଖବର): ଆଜି ରାଜ୍ୟରେ ୩୨୫ ଜଣ ନୂଆ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି ଢରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ଢ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୮୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲା ବେଳେ ୧୩୮ଟି ହେଉଛନ୍ତି ଲୋକାଲ୍ କେସ୍‌।ଏହା ସହିତ କରୋନାରେ ଆଉ ୩ ଜଣଙ୍କର ମୃତ୍ୟୁ ହୋଇଛ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୮୫୩ରେ ପହଞ୍ଚିଛି। ୩ ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି ଢ ତେବେ କରୋନା କାରଣରୁ ବାଲେଶ୍ୱରରେ ଜଣଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ୫୫ ବର୍ଷ ହୋଇଥିବା ବେଳେ ସେ ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପ ଆଦି ରୋଗରେ ପୀଡ଼ିତ ଥିଲେ । ସେହିଭଳି ଭୁବନେଶ୍ୱରରୁ ଜଣେ ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ଢ ମୃତ୍ୟୁ ପୂର୍ବରୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ଅନ୍ୟ ଜଣେ ମୃତକ ଢେଙ୍କାନାଳର ମୃତ୍ୟୁ ପୂର୍ବରୁ ତାଙ୍କୁ ୪୭ ବର୍ଷ ହୋଇଥିଲା। ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୧୮ରେ ପହଞ୍ଚି ଯାଇଛି। ସେହିପରି ବାଲେଶ୍ୱରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୨ରେ ପହଞ୍ଚିଥିବା ବେଳେ ଢେଙ୍କନାଳରେ ୨୯କୁ ବୃଦ୍ଧି ପାଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୭,୮୬୭ରେ ପହଞ୍ଚିଥିବା ବେଳେ ୩,୨୨,୯୭୨ ଜଣ ସୁସ୍ଥ ହୋଇସାରିଛନ୍ତି। ୨,୯୮୯ ଜଣ ଚିକିତ୍ସାଧୀନ ଅଛନ୍ତି।