ଶିଶୁ ଶ୍ରମିକ ନିବାରଣ ଓ ନିୟନ୍ତ୍ରଣ ସଂଶୋଧିତ ଆଇନ ସମ୍ପର୍କୀତ କର୍ମଶାଳା

Jun 10, 2018 - 14:10
 228
ଶିଶୁ ଶ୍ରମିକ ନିବାରଣ ଓ ନିୟନ୍ତ୍ରଣ ସଂଶୋଧିତ ଆଇନ ସମ୍ପର୍କୀତ କର୍ମଶାଳା
ବାରିପଦା,୧୦/୬(ସକାଳଖବର) ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ସମଗ୍ର ରାଜ୍ୟରେ ଶିଶୁ ଶ୍ରମ ମୁକ୍ତ ଓଡ଼ିଶା ଆମର ସଂକଳ୍ପ ଆଭିମୁଖ୍ୟ ନେଇ ମେ ପହିଲାରୁ ଆରମ୍ଭ ହୋଇଥିବା ୪୫ ଦିନିଆ ସଚେତନତା ଅଭିଯାନକୁ ମୟୂରଭଞ୍ଜ ଜିଲ୍ଲାରେ ତ୍ୱରାନ୍ୱିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନ ଓ ଜିଲ୍ଲା ଶ୍ରମ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଶିଶୁ ଓ କିଶୋର ଶ୍ରମିକ(ନିବାରଣ ଓ ନିୟନ୍ତ୍ରଣ) ସଂଶୋଧିତ ଆଇନ-୨୦୧୬ ସମ୍ପର୍କୀତ ସ୍ୱତନ୍ତ୍ର ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜିତ ହୋଇଥିଲା । ଏଥିରେ ଯୋଗଦେଇ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ନିଜ ଅଭିଭାଷଣରେ ଶିଶୁ ଓ କିଶୋରମାନଙ୍କ ସୁରକ୍ଷା , ଶିକ୍ଷା ଓ ଥଇଥାନ ନିମନ୍ତେ ସରକାରଙ୍କ ପ୍ରଣିତ ଆଇନ ବ୍ୟବସ୍ଥାକୁ ନେଇ ରାଜ୍ୟରେ ଅନେକ ଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରାଯାଇଛି ବୋଲି କହିଥିଲେ । ଆଦିବାସୀ ଅଧୁ୍ୟଷିତ ମୟୂରଭଞ୍ଜ ଜିଲ୍ଲାରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ଏହାସହିତ ଜଡ଼ିତ ସଂସ୍ଥା ମଧ୍ୟରେ ସମନ୍ୱୟ ରଖି ଯୋଜନାର କାର୍ଯ୍ୟକ୍ରମକୁ ତ୍ୱାନ୍ୱିତ କରାଇବା ସାଙ୍ଗକୁ ପୂର୍ବରୁ ଘୋଷିତ ହୋଇଥିବା ଶିଶୁ ଶ୍ରମିକମୁକ୍ତ ଜିଲ୍ଲାର ସ୍ଥାତାବସ୍ଥାକୁ ନିରନ୍ତର ଭାବେ ବଜାୟ ରଖିବାକୁ କର୍ମଶାଳାରେ ଜିଲ୍ଲାପାଳ ଭରଦ୍ୱାଜ ପରାମର୍ଶ ଦେଇଥିଲେ ।