ପର୍ୟ୍ୟଟନ କ୍ଷେତ୍ରରେ ଭାରତ ଓ ବୁଲଗେରିଆ ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ

Aug 29, 2018 - 18:24
 170
ପର୍ୟ୍ୟଟନ କ୍ଷେତ୍ରରେ ଭାରତ ଓ ବୁଲଗେରିଆ ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ
ଭୁବନେଶ୍ୱର,୨୯ା୮(ସକାଳଖବର):କେନ୍ଦ୍ର କ୍ୟାବିନେଟ ପର୍ୟ୍ୟଟନ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ଦେବା ଲାଗି ଭାରତ ଏବଂ ବୁଲଗେରିଆ ମଧ୍ୟରେ ବୁଝାମଣା (ଏମଓୟୁ) ସ୍ୱାକ୍ଷର କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।ପର୍ୟ୍ୟଟନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସମ୍ପ୍ରସାରଣ କରିବା ।ପର୍ୟ୍ୟଟନ ସହ ସମ୍ବନ୍ଧୀୟ ତଥ୍ୟ ଏବଂ ସୂଚନାର ଆଦାନପ୍ରଦାନ କରିବା ।ହୋଟେଲ ଏବଂ ଟୁର ଅପରେଟର ସମେତ ପର୍ୟ୍ୟଟନ କ୍ଷେତ୍ର ସହ ଜଡ଼ିତ ସମସ୍ତ ପକ୍ଷଙ୍କ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହନ ଦେବା ।ମାନବ ସମ୍ବଳ ବିକାଶ କ୍ଷେତ୍ରରେ ସହଯୋଗ ଲାଗି ପାରସ୍ପରିକ ଆଦାନପ୍ରଦାନର ଗତିବିଧି ଚଳାଇବା ।ଦ୍ୱିପାକ୍ଷିକ ପର୍ୟ୍ୟଟନକୁ ପ୍ରୋତ୍ସାହନ ଦେବା ଲାଗି ଟୁର ଅପରେଟର, ଗଣମାଧ୍ୟମ ଏବଂ ମତ ସୃଷ୍ଟିକାରୀମାନଙ୍କୁ ପରସ୍ପରଙ୍କ ନିକଟକୁ ଯିବା ଆସିବା କରିବାର ସୁବିଧା ଦେବା । ପ୍ରୋତ୍ସାହନ, ବିପଣନ, ପର୍ୟ୍ୟଟନ ସ୍ଥଳର ବିକାଶ ଏବଂ ପରିଚାଳନା ବିଷୟରେ ଅଭିଜ୍ଞତାର ଆଦାନପ୍ରଦାନ କରିବା ।ପର୍ୟ୍ୟଟନ ସ୍ଥଳୀ ଉପରେ ନିର୍ମାଣ କରାଯାଇଥିବା ଚଳଚ୍ଚିତ୍ର ଜରିଆରେ ପର୍ୟ୍ୟଟନର ଆକର୍ଷଣୀୟ ସ୍ଥଳ ରୂପରେ ଉଭୟ ଦେଶର ପ୍ରଚାର କରିବା ।ସୁରକ୍ଷିତ, ସମ୍ମାନଜନକ ଏବଂ ନିରନ୍ତର ପର୍ୟ୍ୟଟକୁ ପ୍ରୋତ୍ସାହନ ଯୋଗାଇଦେବା ।