ଶିକ୍ଷା ଅଧିକାରୀଙ୍କ ବଦଲି ଦାବୀରେ ଜିଲାପାଳ ଅଫିସ ଘେରିଲା ଶିକ୍ଷକ ସଂଘ

Sep 6, 2018 - 18:24
 165
ଶିକ୍ଷା ଅଧିକାରୀଙ୍କ ବଦଲି ଦାବୀରେ ଜିଲାପାଳ ଅଫିସ ଘେରିଲା ଶିକ୍ଷକ ସଂଘ
। ଅନୁଗୋଳ, ୬/୯ (ସକାଳଖବର): ଜିଲା ତାଳଚେର ବ୍ଲକ ସମନ୍ବିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଘେରାଉ କରା ଯାଇଛି । ବ୍ଳକ୍ର ସମସ୍ତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆଜି ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତାଳଚେର ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମୌସୁମୀ ସାହୁଙ୍କୁ ବଦଳି ଦାବି କରିଥିଲେ । ସେମାନଙ୍କ ଅଭିଯୋଗ ହେଲାଯେ ଗୋଷ୍ଠୀ ଅଧିକାରୀ ସପ୍ତାହରେ ମାତ୍ର ୩ ଦିନ କାର୍ୟ୍ୟାଳୟ ଆସୁଛନ୍ତି । ଆଉ ଯଦି କେବେ ସ୍କୁଲ ପରିଦର୍ଶନ ରେ ଆସୁଛନ୍ତି ସେତେବେଳେ ସାମାନ୍ୟ ଭୁଲ ପାଇଁ ଚୋରଣୀ ଭଳି ଆଶାଳୀନ ଭାଷା ପ୍ରୟୋଗ କରୁଛନ୍ତି । ଏତଦ ବ୍ୟତୀତ ପଞ୍ଚମ ବର୍ଗ (ଏକ୍ସ କ୍ୟାଡ଼ର) ୨୯ ଜଣ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଆଲଟମେଣ୍ଟ ରାଶି ଥାଇ ସୁଦ୍ଧା ଦରମା ପ୍ରଦାନ କରି ନଥିବା ଅଭିଯୋଗ କରିଛନ୍ତି । ଏହା ସହ ସାମାନ୍ୟ କଥାରେ ଚାକିରିର ଧମକ ଦେଉଥିବା ଅଭିଯୋଗ କରି ତାଙ୍କ ବଦଳି ଦାବି କରିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ଏ ନେଇ ଆଗରୁ ଜିଲା ପ୍ରଶାସନ ଠାରୁ ବିଭାଗୀୟ ମନ୍ତ୍ରୀଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ହୋଇ ନଥିବାରୁ ଗୁରୁ ଦିବସ ଭଳି ପବିତ୍ର ଦିନରେ ସେମାନେ ଆନ୍ଦୋଳନକୁ ଓଲ୍ହାଇଛନ୍ତି ବୋଲି କହିଛନ୍ତି