ବେବିନା ପାଇଁ ଲଢେ଼ଇ କରିବ ବିଜେପି ମହିଳା ମୋର୍ଚ୍ଚା

Jan 13, 2019 - 18:03
 203
ବେବିନା ପାଇଁ ଲଢେ଼ଇ କରିବ ବିଜେପି ମହିଳା ମୋର୍ଚ୍ଚା
ଅନୁଗୋଳ,୧୩/୧(ସକାଳଖବର): ପିପିଲିର ବେବିନା ଗଣ ଦୁଷ୍କର୍ମ ପରେ ଆଖିବୁଜିବା ଘଟଣାକୁ ନେଇ ଗତ କିଛି ଦିନ ହେଲା ରାଜନୀତି ଧିରେଧିରେ ବଢ଼ିବାରେ ଲାଗିଛି । ଏଥିରେ ଦଳର କୃଷୀମନ୍ତ୍ରୀଙ୍କୁ ପଦବୀ ଛାଡ଼ିବାକୁ ପଡ଼ିଥିଲା । କିନ୍ତୁ ବେବିନାକୁ ପ୍ରକୃତ ନ୍ୟାୟ ଦେବା ପାଇଁ ବିଜେପି ମହିଳା ମୋର୍ଚ୍ଚା ଅଣ୍ଟା ଭିଡ଼ିଛି । ପ୍ରତି ପଞ୍ଚାୟତରୁ ଚୁଡ଼ି ସଂଗ୍ରହ ଅଭିଯାନ ଚାଲିଛି । ଆଗାମୀ ୧୮ ତାରିଖରେ ପ୍ରତ୍ୟେକ ବିଧାୟକ ଘର ସାମ୍ନାରେ ଚୁଡ଼ି ବାନ୍ଧି ଅଭିନବ ଉପାୟରେ ବିକ୍ଷୋଭ କରିବ ବୋଲି କହିଛନ୍ତି । ଆସନ୍ତା ୨୧ ରିଖ ଦିନ ସମସ୍ତ ନିର୍ବାଚନ ମଣ୍ଡଳୀରୁ ସଂଗୃହୀତ ହୋଇଥିବା ଚୁଡ଼ି ସବୁକୁ ନେଇ ନବୀନ ନିବାସକୁ ଘେରିବ ବୋଲି ଆଜି ପୂର୍ବାହ୍ନ ୧୧.୩୦ରେ ଅନୁଗୋଳର ବିଜେପି କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମୀଳନୀରେ ଘୋଷଣା କରିଛନ୍ତି । ଏହି ସାମ୍ବାଦିକ ସମ୍ମୀଳନୀରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପିଙ୍କି ପ୍ରଧାନ, ଜିଲ୍ଳା ସଭାପତି ଭାଗୀରଥି ପ୍ରଧାନ, ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ସହ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।