ଶହୀଦଙ୍କ ଜନ୍ମଭୂମିରେ କେନ୍ଦ୍ରମନ୍ତ୍ରୀ , ମନ୍ତ୍ରୀ

Feb 17, 2019 - 18:49
 149
ଭୁବନେଶ୍ୱର,୧୬/୨(ସକାଳଖବର): ଜାମ୍ମୁ କାଶ୍ମୀରର ପୁଲୱାମାଠାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ଶହୀଦ ହୋଇଥିବା ସିଆର୍ପିଏଫ୍ ଯବାନ୍ ପ୍ରସନ୍ନ କୁମାର ସାହୁଙ୍କ ପାର୍ଥôବ ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ଶହୀଦଙ୍କ ପୈତୃକ ଗ୍ରାମ ଜଗତସିଂହପୁରର ନାଉଗାଁ ଥାନା ଅନ୍ତର୍ଗତ ପାରିଶିଖରକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଶହୀଦଙ୍କ ଶେଷକୃତ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅର୍ଥ, ଅବକାରୀ, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ଶଶିଭୂଷଣ ବେହେରା ଯୋଗ ଦେଇଛନ୍ତି । ସେହିପରି ସିଆର୍ପିଏଫ୍ ଯବାନ ମନୋଜ ବେହେରାଙ୍କ ମରଶରୀରକୁ ମଧ୍ୟ ତାଙ୍କ ଜନ୍ମସ୍ଥାନ କଟକ ଜିଲ୍ଲା ନିଅ ।ଳି ଥାନାର ରତନପୁର ଗ୍ରାମକୁ ନିଆଯାଇ ଶହୀଦଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ସେଠାରେ ଉପସ୍ଥିତ ଥିଲେ ।