ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

Aug 19, 2018 - 17:40
 175
ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ
ବାରିପଦା,୧୯/୮ (ସକାଳଖବର): ଫଟୋ କଥା କୁହେ । ଫଟୋଗ୍ରାଫର ତାର କ୍ୟାମେରା ଲେନ୍ସରେ ଧରି ରଖିଥିବା ଫଟୋଚିତ୍ର ଜୀବନ୍ତ ହୋଇ ତା ଭିତରର କାହାଣୀକୁ ପରିପ୍ରକାଶ କରାଇଥାଏ । ୧୮୩୯ ଅଗଷ୍ଟ ୧୯କୁ ବିଶ୍ୱ ଫଟୋଗ୍ରାଫି ଦିବସ ଭାବେ ପାଳନ କରାଯାଇ ଆସୁଥିବା ବେଳେ ମୟୂରଭଞ୍ଜ ଫଟୋଗ୍ରାଫି ଭିଡ଼ିଓଗ୍ରାଫି ଆସୋସିଏସନ ପକ୍ଷରୁ ଜିଲ୍ଲାର ସଦର ମହକୁମା ବାରିପଦାଠାରେ ଆଜି ଏହି ଫଟୋଗ୍ରାଫି ଦିବସ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରାୟ ୬୦ରୁ ଅଧିକ ଫଟୋଗ୍ରାଫର ଓ ଭିଡ଼ିଓଗ୍ରାଫର ମା ଅମ୍ବିକା ମନ୍ଦିର ସମ୍ମୁଖରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ରଘୁନାଥପୁରସ୍ଥିତ ରୋଜ ମେଣ୍ଟାଲ ଡ଼ିଜଅଡର଼୍ର ନିକଟରେ ପହଁଞ୍ଚି ଅନ୍ତେବାସୀଙ୍କ ଗହଣରେ କିଛି ସମୟ ଅତିବାହିତ କରିବା ସଂଗେସଂଗେ ସେମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରିଥିଲେ । ଏଥି ସହିତ ଭବିଷ୍ୟତରେ ଆସୋସିଏସନର ସକ୍ଷମତା ଅନୁସାରେ ରୋଜ ମେଣ୍ଟାଲ ଡ଼ିଜଅଡର଼୍ର ସଂସ୍ଥାକୁ ଯଥା ସମ୍ଭବ ସହାୟତା ପ୍ରଦାନ କରିବାର ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।