ମା’ ଦୁର୍ଗା ନେଲେ ମେଲାଣୀ

Oct 20, 2018 - 20:29
 198
ମା’ ଦୁର୍ଗା ନେଲେ ମେଲାଣୀ
ଅନୁଗୋଳ, ୨୦/୧୦ (ସକାଳଖବର): ଶାରଦୀୟ ଦୁର୍ଗାପୂଜା ପାଇଁ ଅନୁଗୋଳ ସହର ଚଳଚଞ୍ଚଳ ହୋଇପଡ଼ିଥିଲା । ଗତ ସୋମବାର ଠାରୁ ଆରମ୍ଭ ହୋଇ ଶୁକ୍ରବାର ପର୍ଯ୍ୟନ୍ତ ପୂଜା ମଣ୍ଡପରେ ମା ଦୁର୍ଗାଦେବୀ ପୂଜା ପାଇଥିଲେ ।ଶ୍ରଦ୍ଧାଳୁଙ୍କୁ ଚଳିତ ବର୍ଷ କିଛି ନୂଆ ଅନୁଭୂତି ଦେବାକୁ କମିଟିଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ଏହାକୁ ନେଇ ଚାରିଆଡେ଼ ଦେଖାଦେଇଛି ଉତ୍ସବର ମାହୋଲ । ଅନୁଗୋଳ ସହରରେ ମୋଟ ୧୧ଟି ପୂଜା ମଣ୍ଡପରେ ଚଳିତ ବର୍ଷ ଦୁର୍ଗାପୂଜା ଆୟୋଜନ କରାଯାଇଥିଲା । ଏହାକୁ ନେଇ ଆକର୍ଷଣୀୟ ତୋରଣରେ ସହର ସଜେଇ ହୋଇଥିଲା । ଚଳିତବର୍ଷ କେତେକ ପୂଜା କମିଟି ପକ୍ଷରୁ ତୋରଣ ଉପରେ ବିଶେଷ ଧ୍ୟାନ ଦିଆଯିବା ସହ ସାଜସଜ୍ଜାରେ ବେଶ ଯତ୍ନବାନ ହୋଇଥିବା ଦେଖାଯାଇଛି । ଚଳିତବର୍ଷ ନୂତନ ଢ଼ଙ୍ଗର ତୋରଣ ସାଙ୍ଗକୁ ଆଖି ଖୋସିଦେଲା ଭଳି ଏଲଇଡ଼ି ଲାଇଟ ଆସିଥିବା ବିଭିନ୍ନ ପୂଜା କମିଟି ପକ୍ଷରୁ କରାଯାଇଥିଲା । ଅନୁଗୋଳର ଶିମିଳିପଡ଼ାଠାରେ ବଙ୍ଗୀୟ ରୀତିନୀତିରେ ମା’ଙ୍କ ପୂଜାର୍ଚ୍ଚନା କରାଯାଇଥାଏ । କେତେକ କମିଟି ପକ୍ଷରୁ ମାଙ୍କ ମୁକୁଟ ଚାନ୍ଦିରେ ତିଆରି କରାଯାଇଥିବାବେଳେ ଚାଇନା ବେଜିଙ୍ଗସ୍ଥିତ ବୁଦ୍ଧ ମନ୍ଦୀର ସଦୃଶ ତୋରଣ ମୁଖ୍ୟ ଆକର୍ଷଣ ହୋଇଥିଲା ସେହିପରି ଦଶହରା ପଡ଼ିଆଠାରେ ୧୯୩୭ ଠାରୁ ମାଙ୍କ ପୂଜା ଆୟୋଜିତ ହୋଇ ଆସୁଛି । ମାଙ୍କ ମୂର୍ତ୍ତିକୁ ଚାନ୍ଦି ଭକ୍ତଙ୍କୁ ଆକର୍ଷିତ ହୋଇଛି । ଚଳିତବର୍ଷ ରାବଣପୋଡ଼ି ଉତ୍ସବ ନହେବା ଯୋଗୁଁ ଦର୍ଶକଙ୍କ ମନରେ ନିରାଶର ବାତାବରଣ ଖେଳିଯାଇଛି । ଗତକାଲି ମାଙ୍କର ଦଶହରା ପର୍ବ ଅନୁଷ୍ଠିତ ହୋଇଯାଇଥିôବାବେଳେ ଆଜି ମା’ଙ୍କୁ ମେଲାଣି ଦିଆଯାଇଛି । ସହରରେ ଦିନ ତମାମ ଭସାଣି ଉସôବ କରାଯାଇଛି । ପ୍ରତ୍ୟେକ ପୂଜାମଣ୍ଡପର ସଦସ୍ୟମାନେ ନାଚଗୀତ, ଘଣ୍ଟନାଦ୍ୟ ସାଙ୍ଗକୁ ମ୍ୟୁଜିକ୍ ପାର୍ଟି ସାରା ସହରକୁ ଉସôବ ମୁଖର କରିଥିଲା । ସହରର ଦୋକାନ ବଜାର ଥିଲାବେଳେ ଏହି ଭସାଣି ଉସବକୁ ଭକ୍ତମାନେ ବେଶ ଆନନ୍ଦର ସହିତ ପାଳିଛନ୍ତି ।