ଶଙ୍ଖ ଫୁଙ୍କିଲେ ଚନ୍ଦ୍ରଶେଖର

Sep 15, 2021 - 07:22
 90
ଶଙ୍ଖ ଫୁଙ୍କିଲେ ଚନ୍ଦ୍ରଶେଖର
ଭୁବନେଶ୍ୱର: କୋରାପୁଟ କୋଟପାଡରୁ ପୂର୍ବରୁ ବିଧାୟକ ଥିବା ଚନ୍ଦ୍ରଶେଖର ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ନିଜ କର୍ମୀ ଓ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି ଚନ୍ଦ୍ରଶେଖର । ଏହାପୂର୍ବରୁ ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ ଚନ୍ଦ୍ରଶେଖର ମାଝୀ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଥିଲେ ଚନ୍ଦ୍ରଶେଖର । ଆଉ ଏହାସହ ବ୍ୟକ୍ତିଗତ କାରଣ ପାଇଁ କଂଗ୍ରେସରୁ ଇସ୍ତଫା ଦେଉଥିବା ନେଇ ଉଲ୍ଲେଖ କରିଥିଲେ ଚନ୍ଦ୍ରଶେଖର । ଏପରିକି କଂଗ୍ରେସ ଦଳ ନିକଟରେ ସର୍ବଦା କୃତଜ୍ଞ ରହିବି ବୋଲି କହିଥିଲେ ଚନ୍ଦ୍ରଶେଖର । ୨୦୧୪ରେ କଂଗ୍ରେସ ଟିକେଟରେ କୋରାପୁଟ କୋଟପାଡରୁ ବିଧାୟକ ହୋଇଥିଲେ ଚନ୍ଦ୍ରଶେଖର । କିନ୍ତୁ ୨୦୧୯ରେ ସ୍ଥିତି ବଦଳିଯାଇଥିଲା । ପ୍ରଥମ ଥର ପାଇଁ କଂଗ୍ରେସ ଗଡରେ ଶଙ୍ଖ ଧ୍ୱନି ଶୁଭିଥିଲା । ୨୦୧୯ ନିର୍ବାଚନରେ ଚନ୍ଦ୍ରଶେଖରଙ୍କୁ ମାତ୍ ଦେଇଥିଲେ ବିଜେଡିର ପଦ୍ମିନୀ ଡିଆନ । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ୬୦ ହଜାରରୁ ଅଧିକ ଭୋଟ ପାଇଥିଲେ ଚନ୍ଦ୍ରଶେଖର । କୋଟପାଡ କଂଗ୍ରେସର ଗଡ ରହିଥିବା ବେଳେ ବିଜେଡି ପ୍ରଥମ ଥର ପାଇଁ ଏଠାରେ ବିଜୟ ବାନା ଉଡାଇଥିଲା ।