ଲୁଚା ପ୍ରେମଙ୍କୁ ମହଙ୍ଗା ପଡ଼ିଲା

Oct 7, 2018 - 20:40
 173
ଅନୁଗୋଳ, ୭/୧୦( ସକାଳଖବର): ବଅଁରପାଳ ଥାନା ମହୀଧରପୁର ଗ୍ରାମରେ ଲୁଚିଛପି ପ୍ରେମ କରିବାକୁ ଆସିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି । ତଳମୂଳ ଗ୍ରାମର ଉକ୍ତ ଯୁବକ ଜଣଙ୍କ ଦୁଇବର୍ଷ ହେଲା ମହୀଧରପୁର ଗ୍ରାମର ଜଣେ ନାବାଳିକାକୁ ଭଲ ପାଇ ଆସୁଥିଲେ । ଉଭୟଙ୍କ ମଧ୍ୟରେ ଲୁଚାଛପା ପ୍ରେମ ସଂପର୍କ ଥିଲା । ରାତିରେ ଯୁବକ ଜଣକ ପ୍ରେମିକାକୁ ଦେଖା କରିବାକୁ ଆସିବା ବେଳେ ପଡ଼ିଶା ଲୋକେ ଦେଖି ତାକୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ । ପରେ ଏକ ଖୁଣ୍ଟରେ ବାନ୍ଧି ପିଟି ବଅଁରପାଳ ପୁଲିସ ଜିମା ଦେଇଥିଲେ । ପୁଲିସ ସଂପୃକ୍ତ ଯୁବକକୁ ଥାନାରେ ଅଟକ ରଖି ପଚରାଉଚୁରା କରିବା ପରେ ଛାଡ଼ି ଦେଇଥିବା ଜଣାଯାଇଛି ।