ଠିକା କାର୍ଯ୍ୟରେ ପ୍ରୋତ୍ସାହନ ବ୍ୟବସ୍ଥାରୁ ବଞ୍ଚିତ ମାମଲାରେ ସରକାରଙ୍କୁ ନୋଟିସ

May 11, 2018 - 14:32
 170
ଠିକା କାର୍ଯ୍ୟରେ ପ୍ରୋତ୍ସାହନ ବ୍ୟବସ୍ଥାରୁ ବଞ୍ଚିତ ମାମଲାରେ ସରକାରଙ୍କୁ ନୋଟିସ
କଟକ,୧୧ା୫(ସକାଳଖବର): ଯେ କୌଣସି ଉନ୍ନୟନମୂଳକ ଠିକାଦାରୀ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କଲେ ସରକାରୀସ୍ତରରେ ପ୍ରୋତ୍ସାହନ ରିଆତି ବ୍ୟବସ୍ଥା ରହିଛି । କିନ୍ତୁ ଜନସ୍ୱାସ୍ଥ୍ୟ ବିଭାଗରେ ଏହା କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ କରି ଦାୟର ମାମଲା ଉପରେ ହାଇକୋର୍ଟ ମୁଖ୍ୟ ବିଚାରପତି ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି । ମାମଲାର ପରବର୍ତ୍ତି ଶୁଣାଣି ଗ୍ରୀଷ୍ମ ଅବକାଶ ପରେ ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ପ୍ରବୋଧ କୁମାର ନାୟକ ମାମଲା ପରିଚାଳନା କରୁଛନ୍ତି ।