ଲାଞ୍ଚ ନେଇ ଫସିଲେ ଥାନା ଅଧିକାରୀ, ଗିରଫ କଲା ଭିଜିଲାନ୍ସ

Feb 8, 2022 - 10:11
 55
ଲାଞ୍ଚ ନେଇ ଫସିଲେ ଥାନା ଅଧିକାରୀ, ଗିରଫ କଲା ଭିଜିଲାନ୍ସ
କଟକ ୮।୨: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡିଥିବା କଟକ ଜିଲ୍ଲା ନରସିଂହପୁର ଥାନା ଅଧିକାରୀ ଅଲେଖ ଗରଡ଼ିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଏକ SC-ST ମାମଲାର ସମାଧାନ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ସୋମବାର ଧରା ପଡିଥିଲେ ଅଲେଖ । ଥାନା ଅଧିକାରୀ ଅଲେଖ ଗରଡ଼ିଆଙ୍କୁ ଧରିବା ପରେ ଏକକାଳୀନ ତାଙ୍କର ନରସିଂହପୁର ସ୍ଥିତ ସରକାରୀ ବାସଭବନ ସହିତ ସମ୍ବଲପୁରଠାରେ ଥିବା ପୈତୃକ ଘରେ ମଧ୍ୟ ଚଢାଉ କରିଥିଲା ଭିଜିଲାନ୍ସ । ମଙ୍ଗଳବାର ବି ଏହି ଚଢାଉ ଜାରି ରହିଥିବା ବେଳେ ଏହି ଚଢାଉରେ ୧୫ ଜଣ ଅଫିସରଙ୍କୁ ନିୟୋଜିତ କରିଛି ଭିଜିଲାନ୍ସ ବିଭାଗ । ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ପ୍ରାଥମିକ ତଦନ୍ତରୁ ଅଲେଖଙ୍କର ଆୟ ବହିର୍ଭୂତ ସମ୍ପତ୍ତି ବାବଦରେ ସୁରାକ ମିଳିଛି । ଏହି କ୍ରମରେ ଧନୁପାଲିଠାରେ ୪ ହାଜର ବର୍ଗଫୁଟ ଜମିରେ ଥିବା ତାଙ୍କର ଏକ ତିନି ମହଲା କୋଠାକୁ ଠାବ କରିଛି ଭିଜିଲାନ୍ସ । ସେପଟେ ଅଭିଯୁକ୍ତ ଥାନା ଅଧିକାରୀ ନିଜକୁ ନିର୍ଦ୍ଦୋଷ ବୋଲି ସଫେଇ ଦେଇଛନ୍ତି ।