ରେଭ୍‌ ପାର୍ଟିରେ ଗିରଫ ଓଡ଼ିଆ ଯୁବକଙ୍କ ବାପା କହିଲେ- ‘ମୋ ପୁଅ କିଛି ଅପରାଧ କରିନି, ଗଞ୍ଜେଇ ନିଜ ପାଇଁ ରଖିଥିଲା’

Oct 6, 2021 - 06:20
 64
ରେଭ୍‌ ପାର୍ଟିରେ ଗିରଫ ଓଡ଼ିଆ ଯୁବକଙ୍କ ବାପା କହିଲେ- ‘ମୋ ପୁଅ କିଛି ଅପରାଧ କରିନି, ଗଞ୍ଜେଇ ନିଜ ପାଇଁ ରଖିଥିଲା’
ରାଉରକେଲା: ମୁମ୍ବାଇ ଉପକୂଳରେ ଗତ ଶନିବାର ଏକ ଯାତ୍ରୀବାହୀ ଜାହାଜରେ ଚାଲିଥିବା ରେଭ୍ ପାର୍ଟିରେ ଡ୍ରଗ୍ସ ମାମଲାରେ ଏନସିବି ଏଯାବତ ୧୫ ଜଣଙ୍କୁ ବାନ୍ଧିଲାଣି । ସେମାନଙ୍କ ମଧ୍ୟରେ ୨ ଓଡ଼ିଆ ଯୁବକ ବି ଅଛନ୍ତି। ସେମାନେ ହେଲେ ମନୀଷ ରାଜଗରିଆ ଏବଂ ଅଭିନ ସାହୁ। ଗିରଫ ମନୀଷଙ୍କ ଘର ରାଉରକେଲା ଏବଂ ଅଭିନଙ୍କ ଘର ସୁନ୍ଦରଗଡ଼ର ରଘୁନାଥପାଲୀ ଅଞ୍ଚଳରେ। ପୁଅର ଗିରଫଦାରୀ ନେଇ ମନୀଶଙ୍କ ବାପା ପ୍ରତିକ୍ରିୟା ରଖି କହିଛନ୍ତି, ପୁଅ ନିଜ ସାଙ୍ଗମାନଙ୍କ ସହ ମୁମ୍ବାଇ ବୁଲିବାକୁ ଯାଇଥିଲା। ରାଉରକେଲାରୁ ୩୭ ଜଣ ସାଙ୍ଗ ଏକାଠି ଯାଇଥିଲେ। କ୍ରୁଜ୍‌ରେ ଚାଲିଥିବା ରେଭ୍ ପାର୍ଟିରେ ପୁଅ ମନୀଷଙ୍କ ପାଖରୁ ମାତ୍ର ୨.୪ ଗ୍ରାମ ଗଂଜେଇ ଜବତ ହୋଇଛି । ଗୋଟିଏ ସିଗାରେଟ୍ ଗଞ୍ଜେଇ ସେ ନିଜେ ସେବନ ପାଇଁ ରଖିଥିଲା । ସେ କାହାକୁ ବିକ୍ରି କରିନି କି କାହା ସହ ପୁଅର ଲିଙ୍କ୍ ନାହିଁ । ଏହି ଘଟଣାକୁ ଯେଉଁପରି ହାଇଲାଇଟ୍ କରାଯାଉଛି, ସେଭଳି କୌଣସି ଅପରାଧ ମୋ ପୁଅ କରିନି । ଗିରଫ ଅନ୍ୟ ଓଡ଼ିଆ ଯୁବକ ଅଭିନ ସାହୁ ମନୀଷଙ୍କ ବନ୍ଧୁ ।”