ରାସ୍ତା ଦୁର୍ଘଟଣାରେ ୧ ମୃତ, ୧ ଆହତ

May 5, 2018 - 20:07
 178
କଟକ, ୫/୫(ସକାଳଖବର): ଆଜି ସନ୍ଧ୍ୟାରେ କଟକ ରିଙ୍ଗରୋଡର ଗୋରାକବରଠାରେ ଏକ ମଟରସାଇକେଲ ଦୁର୍ଘଟଣାରେ ଜଣକର ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ସ୍ଥାନୀୟ ଏସସିବିରେ ଚିକିସôିତ ହେଉଛନ୍ତି । ମୃତକ ଜଣକ ହେଲେ ତୁଳସୀପୁର ତଅଁଳାସାହିର ନାଳୁଆ ଓରଫ ନାରୁଆ ନାୟକ(୨୪) । ସେ ତାଙ୍କ ସାଙ୍ଗ ଚିତ୍ତ ଓରଫ ସୁଜିତ ନାୟକଙ୍କ ସହିତ ଏକ ବାଇକରେ ଚହଟା ଆଡକୁ ଯାଉଥିବା ବେଳେ ରାସ୍ତା କଡ ଡିଭାଇଡରେ ପିଟି ହୋଇଯାଇଥିଲେ । ବିଡାନାସୀ ଥାନା ଏସଆଇ ପ୍ରଣବ ପ୍ରହରାଜ ଘଟଣାସ୍ଥଳରେ ପହଂଚି ଆହତ ଦ୍ୱୟଙ୍କୁ ଚିକିସôା ନିମନ୍ତେ ଏସସିବିକୁ ନେଇଥିବା ବେଳେ ଡାକ୍ତରମାନେ ନାଳୁଆକୁ ମୃତ ଘୋଷଣା କରିଥିଲେ ।