ସାବତ କନ୍ୟାକୁ ପୋଡି ମାରିବା ଅଭିଯୋଗରେ ମହିଳା ଗିରଫ

May 5, 2018 - 20:09
 137
କଟକ, ୫/୫( ସକାଳଖବର): ସାବତ କନ୍ୟାକୁ ପୋଡି ମାରିବା ଅଭିଯୋଗରେ କନ୍ଦରପୁର ଥାନା ପୁଲିସ ଶନିବାର ଦିନ ଅଥଙ୍ଗା ଗ୍ରାମର ବିନତା ପ୍ରଧାନ(୪୦)କୁ ଗିରଫ କରିଛି । ପୁଲିସ ପ୍ରଦତ୍ତ ସୂଚନା ଅନୁଯାୟୀ, ମୃତକ ସ୍ୱୟଂପ୍ରଭା ପ୍ରଧାନ ଓର‘ ସ୍ୱର୍ଣ୍ଣ(୧୭) ପ୍ରାୟ ୧୩ ବର୍ଷ ପୂର୍ବେ ତାଙ୍କ ମା’ଙ୍କୁ ହରାଇଥିଲେ । ତାଙ୍କ ବାପା ଶଙ୍କର ପ୍ରଧାନ ବିନତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ସାବତ ମା’ ନାବାଳିକା ଝିଅଟିକୁ ନିୟମିତ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ଗତ ୩୦ ତାରିଖ ସନ୍ଧ୍ୟାରେ ସ୍ୱର୍ଣ୍ଣ ଘରେ ଏକୁଟିଆ ଥିବା ସମୟରେ ଅଭିଯୁକ୍ତା ସାବତ ମା’ ତା’ ଉପରେ କିରୋସିନ୍ ଢାଳି ନିଆଁ ଲଗାଇ ଦେଇଥିଲା । ତା’ର ପାଟି ଶୁଣି କେତେକ ପଡୋଶୀ ତାକୁ ଉଦ୍ଧାର କରି ଚିକିସôା ପାଇଁ ଏସସିବିରେ ଭର୍ତ୍ତି କରିଥିଲେ ମାତ୍ର ରାତି ୧୦ ବେଳକୁ ତାର ମୃତୁ୍ୟ ହୋଇଥିଲା । ଅଭିଯୁକ୍ତା ସାବତ ମା’ ଏହାକୁ ଆତ୍ମହତ୍ୟାର ରୂପ ଦେଇଥିଲେ । ତେବେ ସାବତ ମା ତାଙ୍କ ଭାଣିଜୀକୁ ପୋଡି ମାରିଦେଇଥିବା ସଂପର୍କରେ ତା ପରଦିନ ସ୍ୱର୍ଣ୍ଣର ମାମୁଁ ଲକ୍ଷ୍ମୀନାରାୟଣପୁରର ନିରଂଜନ ବେଉରା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଗ୍ରାମବାସୀଙ୍କର ବୟାନ ରେକର୍ଡ କରାଇଥିଲା । ଏଥିସହ ଏକ େ‘ାରେନସିକ୍ ଟିମ୍ ମ୍ମ ମୃତକଙ୍କ ଘରକୁ ଯାଇ ପରୀକ୍ଷା ନିରୀକ୍ଷା କରିଥିଲା । ଅଭିଯୁ୍କ୍ତ ମହିଳା େ‘ରାର ଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ଚଢାଉ କରି ମହିଳାଙ୍କୁ ଗିର‘ କରିଥିଲା ।