ରାଜ୍ୟରେ ୭ମ ଅର୍ଥନୈତିକ ଗଣନାର ଶୁଭାରମ୍ଭ
ଭୁବନେଶ୍ୱର, ୨୬/୮(ସକାଳଖବର): ଆଜିଠାରୁ ରାଜ୍ୟରେ ସପ୍ତମ ଅର୍ଥନୈତିକ ଗଣନା ଆରମ୍ଭ ହୋଇଛି । ସୋମବାର ଲୋକସେବା ଭବନଠାରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ସପ୍ତମ ଅର୍ଥନୈତିକ ଗଣନାର ଶୁଭାରମ୍ଭ କରିଛନ୍ତି । ଏହା ସହିତ ଅର୍ଥନୈତିକ ଗଣନା ନିମନ୍ତେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ସ୍ୱତନ୍ତ୍ର ମୋବାଇଲ୍ ଆପ୍ ମଧ୍ୟ ଲୋକାର୍ପିତ ହୋଇଛି । ତିନିମାସ ପାଇଁ ·ଲିବାକୁ ଥିବା ଏହି ଗଣନା କାର୍ଯ୍ୟ ଜାତୀୟ ପରିସଂଖ୍ୟାନ କାର୍ଯ୍ୟଳୟ ଓ ରାଜ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ନିଦେ୍ର୍ଧଶାଳୟର ତତ୍ୱାବଧାନରେ ·ଲିବ । କାର୍ଯ୍ୟକ୍ରମରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ଉପମହାନିଦେ୍ର୍ଧଶକଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ଏବଂ ଗଣନା ପ୍ରକ୍ରିୟାରେ ସଂପୃକ୍ତ ଅଂଶୀଦାରବୃନ୍ଦ ଉପସ୍ଥିତ ଥିଲେ ।
ଅର୍ଥନୈତିକ ଗଣନା ପ୍ରକ୍ରିୟାରେ ନିଯୁକ୍ତି ତଥା ଆୟ ସୃଷ୍ଟି ମାଧ୍ୟମରେ ଭାରତୀୟ ଅର୍ଥନୀତିକୁ ବିଶେଷ ଭାବରେ ସାହାଯ୍ୟ କରୁଥିବା ସମସ୍ତ ପ୍ରତିଷ୍ଠାନଗୁଡ଼ିକୁ, ଏପରିକି ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଅନୁଷ୍ଠାନଗୁଡ଼ିକର ସଂପୂର୍ଣ୍ଣ ଗଣନାକୁ ଅଗ୍ରାଧିକାର ଦିଆଯିବ । ଏହା ଫଳରେ ନିର୍ଦ୍ଧିଷ୍ଟ ଭୌଗୋଳିକ ଅବସ୍ଥିତି ତଥା ସ୍ଥାନପୁଞ୍ଜର ଆର୍ଥôକ କାର୍ଯ୍ୟକଳାପ, ମାଲିକାନା ଅଧିକାର ଏବଂ ନିୟୋଜିତ ବ୍ୟକ୍ତିବିଶେଷଙ୍କ ସଂପର୍କରେ ମୂଲ୍ୟବାନ ତଥ୍ୟ ମିଳିପାରିବ ।
ସୁତରାଂ ରାଜ୍ୟ ଓ ଜିଲ୍ଲାସ୍ତରରେ ସାମାଜିକ-ଅର୍ଥନୈତିକ ଉନ୍ନୟନମୂଳକ ଯୋଜନା ପ୍ରଣୟନ ସମୟରେ ଏହି
ଅର୍ଥନୈତିକ ଗଣନାର ସଂଗୃହୀତ ବିବରଣୀ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ । ସପ୍ତମ ଅର୍ଥନୈତିକ ଗଣନା୨୦୧୯ ରିୟଲଟାଇମ୍ ଡାଟା ଭାଲିଡେସନ୍ ଓ ଯାଂଚ, ଜିଓଟ୍ୟାଗିଂ, ଟାଇମସ୍ ଷ୍ଟାମ୍ପିଂ, ଏମ୍ଆଇଏସ୍ ଡ୍ୟାସ୍ବୋର୍ଡ ବ୍ୟବହାର ଇତ୍ୟାଦିର ବିନିଯୋଗ ସାଙ୍ଗକୁ ଅଗ୍ରଣୀ ସୁଚନା ପ୍ରଯୁକ୍ତି ଉପକରଣ ସହାୟତାରେ ଆଧୁନିକ ମୋବାଇଲ୍ ଆପ୍ ଦ୍ୱାରା ପରି·ଳିତ ହେବ । ଏହା ଫଳରେ ସର୍ବେକ୍ଷଣରେ ଶତପ୍ରତିଶତ ଅନ୍ତର୍ଭୁକ୍ତି ସମେତ ସଫଳତା ମିଳିପାରିବ । ଭାରତ ସରକାରଙ୍କ ଇଲେଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ ଏକ ସ୍ପେସାଲ୍ ପର୍ପୋଜ୍ ଭେହିକିଲ୍ (ଏସ୍ପିଭି) " କମନ୍ ସର୍ଭିସ୍ ସେଂଟର ଇ-ଗଭର୍ଣ୍ଣାନ୍ସ ସର୍ଭିସ୍ ଇଣ୍ଡିଅ । ଲିମିଟେଡ୍' ମାଧ୍ୟମରେ ସପ୍ତମ ଅର୍ଥନୈତିକ ଗଣନାକୁ କାର୍ଯ୍ୟକାରୀ କରୁଛନ୍ତି ।
ଇତି ପୂର୍ବରୁ ଦେଶରେ ୬ଟି ଅର୍ଥନୈତିକ ଗଣନା କାର୍ଯ୍ୟ ସଂପନ୍ନ ହୋଇଛି । ବିଗତ ଷଷ୍ଠ ଅର୍ଥନୈତିକ ଗଣନା ସମେତ ପୂର୍ବରୁ ହୋଇଥିବା ଗଣନାଗୁଡ଼ିକରେ ପ୍ରାପ୍ତ ଉଦ୍ୟୋଗୀ ପରିବାର ଓ ପ୍ରତିଷ୍ଠାନଗୁଡ଼ିକର ସଂଖ୍ୟାକୁ ଭିତିକରି ଜଣାଯାଇଛି ଯେ ସପ୍ତମ ଅର୍ଥନୈତିକ ଗଣନାରେ ପ୍ରାୟ ୨୭ କୋଟି ପରିବାର ଓ ୭ କୋଟି ସଂସ୍ଥା
ସାମିଲ ହେବେ । ଏହି ବ୍ୟାପକ କାର୍ଯ୍ୟ ପାଇଁ ୯ ଲକ୍ଷ ଗଣନାକାରୀ ଓ ୩ ଲକ୍ଷ ପର୍ଯ୍ୟବେକ୍ଷକ ନିୟୋଜିତ ହେବେ ।