ମୋଦି ସରକାରରେ ସ୍ୱଚ୍ଛ ଇନ୍ଧନ ଭିତିଭୂମିରେ ଦ୍ରୁତ ପରିବର୍ତନ ହୋଇଛି - ଧର୍ମେନ୍ଦ୍ର

Aug 26, 2019 - 18:36
 102
ନୂଆଦିଲ୍ଲୀ, ୨୬/୮(ସକାଳଖବର): ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ଦେଶରେ ସ୍ୱଚ୍ଛ ଇନ୍ଧନର ଭିତିଭୂମିରେ ଦ୍ରୁତ ପରିବର୍ତନ ହୋଇଛି ବୋଲି ସୋମବାର ନୂଆଦିଲ୍ଲୀ ଠାରେ ୧୦ମ ସିଜିଡି ବିଡିଂ ରାଉଣ୍ଡ କାମ ପ୍ରାରମ୍ଭ ଅବସରରେ ଶକ୍ତି ବିଭାଗର ଅଂଶୀଦାର ଓ ବିଶେଷଜ୍ଞମାନଙ୍କ ଉପସ୍ଥିତିରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ଦେଶରେ ସ୍ୱଚ୍ଛ ଇନ୍ଧନକୁ ଦ୍ରୁତ ଗତି ଦେବା ଏବଂ ଦେଶକୁ ଗ୍ୟାସ ଆଧାରିତ ଅର୍ଥ ବ୍ୟବସ୍ଥା ବନାଇବା ଦିଗରେ ମୋଦି ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । କେନ୍ଦ୍ର ସରକାର ଏକ ସ୍ୱଚ୍ଛ ଏବଂ ସବୁଜ ଭାରତ ନିର୍ମାଣ ପାଇଁ ଦେଶରେ ସ୍ୱଚ୍ଛ ଇନ୍ଧନର ବିକାଶ ପ୍ରତି ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ସେ କହିଛନ୍ତି ଯେ ମୋଦି ସରକାରଙ୍କ ପ୍ରଥମ ବର୍ଷ ତଥା ୨୦୧୪ରୁ ସିଟି ଗ୍ୟାସ ବିତରଣ (ସିଜିଡି) ନେଟୱାର୍କର ବିସ୍ତାର ସାରା ଦେଶରେ ୩୪ ଜିଏରୁ ୨୮୮ ଜିଏ ପର୍ଯ୍ୟନ୍ତ କରାଯାଇଛି । ଯାହା ଦେଶର ଭୌଗଳିକର ପ୍ରାୟ ୫୦ ପ୍ରତିଶତ ଏବଂ ଭାରତୀୟ ଜନସଂଖ୍ୟାର ପ୍ରାୟ ୭୦ ପ୍ରତିଶତକୁ ଆଚ୍ଛାଦିତ କରୁଛି । ମୋଦି ସରକାରରେ ଦେଶରେ ଘରୋଇ ପିଏନଜି ସଂଯୋଗ କ୍ଷେତ୍ରରେ ମଧ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି । ୨୦୧୪ରୁ ଘରୋଇ ପିଏନଜି ସଂଯୋଗ ସଂଖ୍ୟା ୨୫.୪ ଲକ୍ଷ ଉପଭୋକ୍ତାରୁ ବଢି ୫୦.୪୩ ଲକ୍ଷରେ ପହଁଚିିଛି । ସେହିଭଳି ପରିବେଶ ସଂରକ୍ଷଣରେ ମଧ୍ୟ ପ୍ରାକୃତିକ ଗ୍ୟାସ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହା ଯୁବବର୍ଗଙ୍କ ପାଇଁ ନୂଆ ଅର୍ଥନୀତି ଏବଂ ରୋଜଗାରର ସୁଯୋଗ ପ୍ରଦାନ କରୁଛିା ବିଶ୍ୱର ଦାୟିତ୍ୱପୂର୍ଣ୍ଣ ଦେଶ ଭାବରେ ଭାରତ ଅଙ୍ଗାରକାମ୍ଳ ନିର୍ଗମନ ମାତ୍ରାକୁ ହ୍ରାସ କରିବା ନିମନ୍ତେ ସିଓପି୨୧ର ପ୍ରତିଶ୍ରୁତି ଦିଗରେ କାର୍ଯ୍ୟରତ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।