ରାଗିଲେ ଦକ୍ଷିଣୀ ସିନେମାର ଏବେକାର ଚର୍ଚ୍ଚିତ ଅଭିନେତ୍ରୀ ରଶ୍ମିକା ମନ୍ଦାନା

Nov 14, 2022 - 08:48
 43
ରାଗିଲେ ଦକ୍ଷିଣୀ ସିନେମାର ଏବେକାର ଚର୍ଚ୍ଚିତ ଅଭିନେତ୍ରୀ ରଶ୍ମିକା ମନ୍ଦାନା
ଅନେକ ମୋତେ ପ୍ରଶଂସା କରୁଥିଲେ ମଧ୍ୟ କେହି କେହି ସୋସିଆଲ୍ ମିଡିଆରେ ମୋତେ ପରିହାସ କରୁଛନ୍ତି। ସମୟ ଓ ସୁଯୋଗକୁ ଅପେକ୍ଷା କରିଛି, ସେମାନଙ୍କୁ ମୁଁ ଆଦୌ ଛାଡ଼ିବିନି। ନିଜକୁ ମିଳିଥିବା କିଛି ବ୍ୟଙ୍ଗାତ୍ମକ ମନ୍ତବ୍ୟକୁ ନେଇ ରାଗିପାଚି ଲାଲ୍ ପଡ଼ିଯାଇଛନ୍ତି ଦକ୍ଷିଣୀ ସିନେମାର ଏବେକାର ଚର୍ଚ୍ଚିତ ଅଭିନେତ୍ରୀ ରଶ୍ମିକା ମନ୍ଦାନା। ତାଙ୍କ ସହିତ କରାଯାଇଥିବା ଏଭଳି ଥଟ୍ଟାତାମସାକୁ ସେ ସହଜରେ ଗ୍ରହଣ କରିପାରିନାହାଁନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କୁ କରାଯାଇଥିବା ପରିହାସପୂର୍ଣ୍ଣ ମନ୍ତବ୍ୟରେ ସେ ହତୋତ୍ସାହିତ ହୋଇପଡ଼ିଛନ୍ତି। ଦକ୍ଷିଣୀ ସିନେମା ଇଣ୍ଡଷ୍ଟ୍ରିର ପରିଚିତ ଅଭିନେତା ବିଜୟଙ୍କ ବିପକ୍ଷର ନାୟିକା ସାଜିଛନ୍ତି ରଶ୍ମିକା ‘ବାରିସୁ’ ଚଳଚ୍ଚିତ୍ରରେ। ସେ ଗଣମାଧ୍ୟମ ପ୍ରଶ୍ନରେ ଉତ୍ତର ଦେଇଥିବା କିଛି କଥାକୁ ଭୁଲ୍ ଭାବରେ ପରିବେଷଣ କରାଯାଇଛି। ଯାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହେଇ ତାଙ୍କୁ ଆହୁରି ବ୍ୟଥିତ କରିଛି। ଚଳଚ୍ଚିତ୍ର ‘ପୁଷ୍ପା: ଦ ରାଇଜ୍’ର କାହାଣୀ ଏକ ସୁନ୍ଦର ପୃଷ୍ଠଭୂମିକୁ ନେଇ ପର୍ଯ୍ୟବସିତ। ଏଥିରେ ଆଲ୍ଲୁ ଅର୍ଜୁନ ପୁଷ୍ପା ରାଜ ହେଇଥିବା ବେଳେ ରଶ୍ମିକା ତାଙ୍କ ପତ୍ନୀ ଶ୍ରୀବାଳୀ ଭୂମିକାରେ ଅବତୀର୍ଣ୍ଣ ହେଇଥିଲେ। ତାଙ୍କୁ ଯେଉଁମାନେ ବ୍ୟଙ୍ଗ କରି ଲେଖିଛନ୍ତି ତାହାର ମୁହଁତୋଡ୍ ଜବାବ ମଧ୍ୟ ଦେଇଛନ୍ତି ରଶ୍ମିତା। ସେ ଏଭଳି ମନ୍ତବ୍ୟ ତଳେ ନିଜେ ମଧ୍ୟ କ୍ୟାପସନ୍ ଲେଖିଛନ୍ତି।