ହ୍ବାଇଟ୍‌ ହାଉସ୍‌ରେ ବାହା ହେବେ ଜୋ ବାଇଡେନ୍‌ଙ୍କ ନାତୁଣୀ ନେଓମି

Nov 14, 2022 - 06:23
 44
ହ୍ବାଇଟ୍‌ ହାଉସ୍‌ରେ ବାହା ହେବେ ଜୋ ବାଇଡେନ୍‌ଙ୍କ ନାତୁଣୀ ନେଓମି
ୱାସିଂଟନ୍‌: ଶନିବାର ଦିନ ହ୍ବାଇଟ୍‌ ହାଉସ୍‌ର ଦକ୍ଷିଣ ଲନ୍‌ରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ନାତୁଣୀ ନେଓମି ବାଇଡେନ୍‌ ୟୁନିଭର୍ସିଟି ଅଫ୍ ପେନ୍‌ସିଲ୍‌ଭେନିଆର ଆଇନ ସ୍ନାତକ ପିଟର୍‌ ନିଲ୍‌ଙ୍କୁ ବିବାହ କରିବେ। ରାଷ୍ଟ୍ରପତି ଥିବା ଅବସ୍ଥାରେ ହ୍ବାଇଟ୍‌ ହାଉସ୍‌ରେ ନାତୁଣୀ ବାହାଘର କରାଇବାରେ ଏହା ହେଉଛି ପ୍ରଥମ ଘଟଣା। ହ୍ବାଇଟ୍‌ ହାଉସ୍‌ରେ ଏହା ହେବ ୧୦ମ ପଞ୍ଜିକୃତ ବିବାହ। ଏହା ପୂର୍ବରୁ ହ୍ବାଇଟ୍‌ ହାଉସ୍‌ରେ ୧୮ଟି ବାହାଘର ସମ୍ପନ୍ନ ହୋଇଛି। ସେଥିରୁ ଅଧିକାଂଶ ହେଉଛି ରାଷ୍ଟ୍ରପତିମାନଙ୍କର ଝିଅ ବାହାଘର।