ରନ୍ଧନ ଗ୍ୟାସ ବଂଟନ ନେଟୱାର୍କର ବିସ୍ତାର ପାଇଁ ନିଆଯାଉଛି ପଦକ୍ଷେପ - ଧର୍ମେନ୍ଦ୍ର ପ୍ରଧାନ

Jul 30, 2018 - 17:30
 437
ରନ୍ଧନ ଗ୍ୟାସ ବଂଟନ ନେଟୱାର୍କର ବିସ୍ତାର ପାଇଁ ନିଆଯାଉଛି ପଦକ୍ଷେପ - ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର,୩୦ା୭(ସକାଳଖବର):ଦେଶରେ ଜୁଲାଇ ପହିଲା ସୁଦ୍ଧା ୨୦,୫୮୫ ଏଲପିଜି ବିତରଣକାରୀ ରହିଛନ୍ତି । ଏହି ନେଟୱାର୍କକୁ ବିସ୍ତାର କରିବା ଲାଗି ଏବେ ଉଦ୍ୟମ ହେଉଛି । ରାଷ୍ଟ୍ରାୟତ ତୈଳ ବିପଣନ କମ୍ପାନୀମାନେ ଆଉ ୬,୩୫୧ବିତରକ ନିଯୁକ୍ତି ପାଇଁ ବିଜ୍ଞାପନ ଦେଇଛନ୍ତି । ୨୦୧୬ ମସିହାର ଏଲପିଜି ବିତରକ ମନୋନୟନ ସଂକ୍ରାନ୍ତ ଏକୀକୃତ ନିଦେ୍ର୍ଧଶାବଳୀ ଅନୁସାରେ ଏହି ନିଯୁକ୍ତି ପ୍ରଦାନ କରାଯିବ । ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତର ଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଦକ୍ଷତା ବିକାଶ ଓ ଉଦ୍ୟମୀତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଓ ପାରଦର୍ଶୀତା ପ୍ରଦର୍ଶନ ଲାଗି ଦରଖାସ୍ତ ଆହ୍ୱାନଠାରୁ ଚୁଡାନ୍ତ ପ୍ରକ୍ରିୟାକରଣ ଓ ନିଯୁକ୍ତି ପର୍ଯନ୍ତ ସମସ୍ତ ପ୍ରକ୍ରିୟା ଅନ୍ଲାଇନ୍ ଯୋଗେ କରାଯାଉଛି । ଇସ୍ପାତ ମବଣାଳୟ ଅଧିନରେ ପରିଚାଳିତ ମେସର୍ସ ମେଟାଲ ସ୍କ୍ରାବ ଟ୍ରେଡ କର୍ପୋରେସନ ଲିମିଟେଡ ଏନଆଇସି ସହାୟତାରେ ଏହି ଅନ୍ଲାଇନ୍ ପ୍ରକ୍ରିୟା ପରିଚାଳନା କରୁଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମମନ୍ତ୍ରୀ କହିଛନ୍ତି ।