ଯୌତୁକ ନିର୍ଯାତନା ଅଭିଯୋଗ

Feb 26, 2019 - 18:58
 182
ଅନୁଗୋଳ,୨୬/୨(ସକାଳଖବର): ବନ୍ତଳା ଥାନା ଅନ୍ତର୍ଗତ ବଡ଼କେରା ଗାଁର ଜୈନିକା ବିବାହିତା ମହିଳା ତାଙ୍କ ସ୍ୱାମୀ ନାମରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି । ଘଟଣାରୁ ପ୍ରକାଶ ଯେ ଛେଣ୍ଡିପଦା ଅଞ୍ଚଳର ପୋଡ଼ାପଡ଼ା ଗାଁର ଜୟାନନ୍ଦ ସାହୁଙ୍କ ଝିଅ ବିଷ୍ଣୁପ୍ରିୟା ଗତ ୨୦୧୮ ମସିହାରେ ବନ୍ତଳା ଥାନା ବଡ଼କେରା ଗାଁର ସୁନିଲ କୁମାର ସାହୁଙ୍କୁ ବିବାହ କରିଥିଲେ । ବିବାହ ବେଳେ ବାପଘର ସକ୍ଷମ ଅନୁସାରେ ଘର କରଣା ବିଭିନ୍ନ ପ୍ରକାରର ସାମଗ୍ରୀ ସହ ଯୌତୁକ ଟଙ୍କା ମଧ୍ୟ ଦେଇଥିଲେ । ବିବାହର ୧ବର୍ଷ ପରେ ସ୍ୱାମୀ ସହ ପରିବାର ଲୋକ ଅଧିକ ଟଙ୍କା ପଇସା ବାପ ଘରୁ ଆଣିଦେବା ପାଇଁ ଜୁଲମ କରିଛନ୍ତି ବୋଲି ବିଷ୍ଣୁପ୍ରିୟା ବନ୍ତଳା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ପୁଲିସ ଘଟଣର ତଦନ୍ତ କରିଛିବୋଲି ଜଣାପଡ଼ିଛି ।