ରାୟଗଡାରେ ବଟଲିଂ ପ୍ଲାଂଟ ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

Feb 19, 2019 - 21:00
 141
ରାୟଗଡା,୧୯/୨(ସକାଳଖବର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିକାଶ କାମରେ ଲାଗିଛନ୍ତି । କିନ୍ତୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ମାଧ୍ୟମରେ ନିର୍ବାଚନ ପୂର୍ବରୁ ଜଣଙ୍କ ପିଛା ଦେଢ ରୁ ଦୁଇ ହଜାର ଟଙ୍କା ମହିଳାଙ୍କୁ ସହଯୋଗ ଦେଇ ପାମ୍ପଡ, ବଢି , ଆଚାର ବ୍ୟବସାୟ କରିବାର ବାହାନା ଦେଖାଉଛନ୍ତି । କିନ୍ତୁ ନରେନ୍ଦ୍ର ମୋଦି ମହିଳାଙ୍କ ସମୟ ବଂଚାଇ ମାସକୁ ତିନି ହଜାର ଟଙ୍କାର ରୋଜଗାର କରିବାର ସୁବିଧା ଦେଇ ମୁଦ୍ରା ଯୋଜନାରେ ଋଣ ବ୍ୟବସ୍ଥା କରିଛନ୍ତି । ପ୍ରଧାନମନ୍ତ୍ରୀ ମହିଳାଙ୍କୁ ଆର୍ଥିକ ସ୍ୱୟଂ ସମ୍ପନ୍ନ କରିବାର ଯୋଜନା କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଶୁଭାରମ୍ଭ ହୋଇଥିବା ବଟଲିଂ ପ୍ଲାଂଟ ସେହି ଦିଗରେ ମହତ୍ୱପୂର୍ଣ୍ଣ ପଦକ୍ଷେପ ନେବ । ଏହା ନରେନ୍ଦ୍ର ମୋଦିଙ୍କର ରାଜ୍ୟ ପାଇଁ ଆଉ ଏକ ବଡ ଉପହାର ବୋଲି ସେ କହିଛନ୍ତି । ରାୟଗଡା ଠାରେ ଏଚପିସିଏଲର ବଟଲିଂ ପ୍ଲାଂ୍ଟ ଏବଂ ଅନ୍ୟାନ୍ୟ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ବିକାଶ ଏକ ଜନ ଆନେ୍ଦାଳନ ରୂପେ ପରିଣତ ହୋଇଛି । ନରେନ୍ଦ୍ର ମୋଦି ଦାୟିତ୍ୱ ନେବା ପୂର୍ବରୁ ଓଡିଶାରେ ୧ କୋଟି ଘର ଭିତରୁ ପାଖାପାଖି ୨୦ ଲକ୍ଷ ଘରେ ଏଲପିଜି ସଂଯୋଗ ଥିଲା । ରାୟଗଡା ଜିଲା୍ଲରେ ଅଢେଇ ଲକ୍ଷ ଘରୁ ମାତ୍ର ୪୨ ହଜାର ଘରେ ଏଲପିଜି ଥିଲା । ପ୍ରତିବର୍ଷ ଘରୋଇ ଧୂଆଁ କାରଣରୁ ୫ ଲକ୍ଷ ଲୋକଙ୍କ ଜୀବନ ଯାଉଥିଲା । ମାତ୍ର ଭାରତବର୍ଷର ମହିଳାମାନଙ୍କ ଏହି କଷ୍ଟକୁ ଦେଖି ଗରିବ ଘରୁ ଆସିଥିବା ମୋଦି ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଆରମ୍ଭ କଲେ । ୨୦୨୨ ସୁଦ୍ଧା ଏମିତି ଗୋଟିଏ ଗରିବ ଘର ଗରିବ ନାହିଁ, ଯାରେ ସ୍ୱଚ୍ଛ ଇନ୍ଧନ ନପହଁଚିବ । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଓଡିଶାରେ ୩୭ ଲକ୍ଷ ଏଲପିଜି କନେକ୍ସନ ହୋଇଥିବା ବେଳେ ରାୟଗଡା ଜିଲ୍ଲାରେ ଏହି ସଂଖ୍ୟା ୯୬ ହଜାର ହେଲାଣି । ଏହି ସଂଖ୍ୟା ଖୁବ ଶୀଘ୍ର ୧ ଲକ୍ଷରେ ପହଁଚିଯିବ । ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ଗ୍ୟାସ ସିଲିଣ୍ଡର ପାଇଁ ଭାଇଜାଗ, ରାୟପୁର, ଝାରସୁଗୁଡା କିମ୍ବା ଭୁବନେଶ୍ୱରକୁ ଅପେକ୍ଷା କରିବାକୁ ପଡୁଥିଲା । ମାତ୍ର ସେ ଦାୟିତ୍ୱ ନେବା ପରେ ଦକ୍ଷିଣ ଓଡିଶାର ବିଶେଷତଃ କୋରାପୁଟ, କଳାହାଣ୍ଡି, ବଲାଙ୍ଗୀରକୁ ପ୍ରାଥମିକତା ଦିଆଗଲା । ଗତ ୬ ମାସ ତଳେ ସେ ବଲାଙ୍ଗୀରକୁ ଆସି ବଲାଙ୍ଗୀରରେ ଏଲ୍ପିଜି ବଟଲିଂ ପ୍ଲାଂଟ୍ର ଆରମ୍ଭ କରିଥିଲେ । ଆଜି ପୁନର୍ବାର ରାୟଗଡାରେ ୯୧ କୋଟି ଟଙ୍କା ବ୍ୟୟରେ ଦିନକୁ ୧୪୦୦ ଏବଂ ବର୍ଷକୁ ୪୨ ଲକ୍ଷ ଏଲପିଜି ସିଲିଣ୍ଡର ଉପôାଦନ କରିବା ବିଶିଷ୍ଟ ଗୋଟିଏ ବଟଲିଂ ପ୍ଲାଂଟର ଶୁଭାରମ୍ଭ କରାଗଲା । ସେହିପରି ଉଡାନ ଯୋଜନାରେ ଜୟପୁରକୁ ବିମାନ ଆସିବା ପାଇଁ ଭାରତ ସରକାର ପଇସା ଦେଇଛନ୍ତି । ଏଥିପାଇଁ ତେଲ, ଆଭିଏସନ୍ ଫୁଏଲ ଓ ପେଟ୍ରୋଲର ଆବଶ୍ୟକତା ରହିଛି । ଜୟପୁରରେ ଏଥିପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ ଶ୍ରୀ ପ୍ରଧାନ ତାଙ୍କ ମାଧ୍ୟମରେ ବିପିସିଏଲକୁ ନିଦେ୍ର୍ଧଶ ଦେଇ ସ୍ଥାୟୀ ଭାବେ ଜୟପୁର ଏୟାରପୋର୍ଟରେ ୨ କୋଟି ଟଙ୍କା ଖର୍ଚ୍ଚ କରି ଏୟାର୍ ଫୁଏଲ ସର୍ଭିସ୍ ଷ୍ଟେସନ ତିଆରି ହୋଇପାରିଛି । ଆଜି ୫ କୋଟି ଟଙ୍କା ବ୍ୟୟରେ ୩ଟି ଓଭର ବ୍ରିଜ୍ ଏ ଏ ଅଂଚଳରେ ଆରମ୍ଭ ହୋଇଛି । ଟିଟିଲାଗଡ, ବିଜୟନଗରମ ଅଂଚଳ ୨୩୦୦ କୋଟି ଟଙ୍କା ଖର୍ଚ୍ଚକରି ତୃତୀୟ ଲାଇନ୍, କୋରାପୁଟରୁ ରାୟଗଡାରେ ୨୩୦୦ କୋଟି ଟଙ୍କାରେ ଦ୍ୱିତୀୟ ଲାଇନ୍ ଏବଂ କୋରାପୁଟରୁ ରାୟଗଡା ପର୍ଯ୍ୟନ୍ତ ବିଦ୍ୟୁତିକରଣ ଯୋଜନାରେ ୨୫୦୦ କୋଟି ଟଙ୍କା ଖର୍ଚ୍ଚର ବ୍ୟବସ୍ଥା । ଏ ସବୁ ରେଳ ପ୍ରକଳ୍ପ ଦ୍ରୁତଗତିରେ ଏ ଅଂଚଳରେ ହୋଇଛି । ଆଜି କୋରାପୁଟ ଜିଲ୍ଲାର ନୂଆ ନବରଙ୍ଗପୁର ଅଂଚଳରେ ଓଡିଶାର ୨୦ତମ ପାସପୋର୍ଟ ସେବା ଆରମ୍ଭ ହୋଇଛି । ରାୟଗଡାରେ ମଧ୍ୟ ଏହି ବ୍ୟବସ୍ଥା ଖୁବ ଶୀଘ୍ର କରାଯିବା ପୂର୍ବରୁ ସ୍ଥାନୀୟ ଲୋକଙ୍କ ଗୋଟିଏ ନୂଆ କୋଷ୍ଟାଲ ଡିଭିଜନ ଦାବୀ ଥିଲା । ଭାରତ ସରକାର ରାୟଗଡାରେ ଗୋଟେ ନୂଆ କୋଷ୍ଟାଲ ଡିଭିଜନ ଖୋଲିବା ନେଇ ନିଷ୍ପତି ହୋଇଛନ୍ତି । ଜୟପୁର ଶିଶୁ ମନ୍ଦିର ପାଇଁ ଗୋଟେ ବିଦ୍ୟାଳୟ ଭବନ ଆଜି ଆରମ୍ଭ କରାଯାଇଛି । ନରେନ୍ଦ୍ର ମୋଦିଙ୍କୁ ଆଉ ଥରେ ପ୍ରଧାନମନ୍ତ୍ରୀ କରିବା ନେଇ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ ।