ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପାଇଁ ବିରୋଧୀଙ୍କ ଚିନ୍ତା

Nov 23, 2018 - 18:06
 136
ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପାଇଁ ବିରୋଧୀଙ୍କ ଚିନ୍ତା
ଭୁବନେଶ୍ୱର,୨୩/୧୧ (ସକାଳଖବର): ମାସ କେତେଟା ପରେ ସାଧାରଣ ନିର୍ବାଚନ । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରାଯାଉଛି । ଆକ୍ଷେପ ପ୍ରତିଆକ୍ଷେପରେ ମାତି ଯାଇଛନ୍ତି ଶାସକ ଓ ବିରୋଧୀ । ଏହାର ଅବ୍ୟବହିତ ପୂର୍ବରୁ ନବୀନବାବୁଙ୍କ ‘ମେକ୍ ଇନ୍ ଓଡିଶା’ର ସଫଳତା ବିରୋଧୀମାନଙ୍କ ଚିନ୍ତା ବଢାଇ ଦେଇଛି । ଭୁବନେଶ୍ୱରର ଜନତା ମଇଦାନରେ ମେକ୍ ଇନ୍ ଓଡିଶା-୨୦୧୮ର ଦ୍ୱୀତୟ ସଂସ୍କରଣରେ ରାଜ୍ୟରେ ପୁଞ୍ଜି ବିନିଯୋଗ ଲାଗି ଦେଶରେ ପ୍ରମୁଖ ଶିଳ୍ପପତିମାନଙ୍କ ପ୍ରତିଶ୍ରୁତି ଓଡିଶାରେ ଶିଳ୍ପ ବିକାଶକୁ ଆଗେଇ ନେବାର ସମ୍ଭାବନା ସୃଷ୍ଟି କରିଛି । କେତେକ ଶିଳ୍ପ ବିଶେଷଜ୍ଞ ଓ ବିରୋଧୀ ରାଜନୈତିକ ଦଳର ନେତାମାନେ ଓଡିଶା କନକ୍ଲେଭ୍କୁ ରାଜ୍ୟ ସରକାରଙ୍କ ପ୍ରଚାର ଅଭିଯାନର ଅଂଶବିଶେଷ ବୋଲି ଅଭିଯୋଗ କରୁଛନ୍ତି । ୨୦୧୬ରେ ପ୍ରଥମ କରି ସରକାର ଏଭଳି କନକ୍ଲେଭ ଆୟୋଜନ କରିଥିଲେ । ସେହି ସମୟରେ ପୁଞ୍ଜି ବିନିଯୋଗ ଲାଗି ୧୨୪ଟି ପ୍ରସ୍ତାବ ଆସିଥିଲା । ସେଥିରୁ ୩ଗୋଟି ପ୍ରକଳ୍ପ ସଂପୂଣ୍ଣ ର୍ କାର୍ଯ୍ୟକାରୀ ହୋଇଥିବା ବେଳେ ୬୪ର ରୂାୟନ ବିଭିନ୍ନ ସ୍ତରରେ ରହିଛି । ଏ କଥା ସତ୍ୟ ଯେ ଓଡିଶାରେ ଖଣିଜ ଶିଳ୍ପ ପ୍ରତିଷ୍ଠା ଲାଗି ବଡ ବଡ ଶିଳ୍ପସଂସ୍ଥା ସର୍ବଦା ଆଗ୍ରହୀ । ରାଜ୍ୟ ସରକାର ଏବେ ପର୍ଯ୍ୟଟନ ଶିଳ୍ପକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଅଭିଜ୍ଞତା ନଥିଲେ ଯେ ଜଣେ ଉଦ୍ୟମ କରିବା ଅନୁଚିତ ଏହା ମ୍ମ ଠିକ୍ ନୁହେଁ । ବୟନଶିଳ୍ପ, ଆଇଟି ଓ ଖାଦ୍ୟ ପ୍ରକି୍ରୟାକରଣ ଭଳି ଶିଳ୍ପରେ ଅଧିକ କର୍ମନିଯୁକ୍ତିର ସୁଯୋଗ ରହିଛି । କିନ୍ତୁଏହିସବୁ କ୍ଷେତ୍ରକୁ ବିଶେଷ ବିକଶିତ କରାଯାଇପାରି ନାହିଁ । ବୟନଶିଳ୍ପ, ଖାଦ୍ୟ ପ୍ରକି୍ରୟାକରଣ ଓ ଆଇଟି କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ କରାଯାଇ ଶିଳ୍ପ ପ୍ରତିଷ୍ଠା କରାଗଲେ ଲୋକଙ୍କୁ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ନିଶ୍ଚିତ କର୍ମନିଯୁକ୍ତି ମିଳିବ । ଚଳିତ ବର୍ଷ କନକ୍ଲେଭ୍ରେ ୧୦୮ଟି କଂପାନୀ ଯୋଗ ଦେଉଛନ୍ତି । ସେଥିମଧ୍ୟରେ ୬୦ଟିରୁ ଅଧିକ ବୃହତ ଉଦ୍ୟୋଗ ଓ ୪୦ରୁ ଊଦ୍ଧ୍ୱର୍ ମଧ୍ୟମ ଓ କ୍ଷୁଦ୍ରଶିଳ୍ପ ସଂସ୍ଥା ଅନ୍ତର୍ଭୁକ୍ତ । ରିଲାଏନ୍ସ ଗ୍ରୁର ଅଧ୍ୟକ୍ଷ ମୁକେଶ ଅମ୍ବାନୀ, ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ, ଜେଏସପିଏଲ ଅଧ୍ୟକ୍ଷନବୀନ ଜିନ୍ଦଲ, ଜେଏସଡବ୍ଲୁ୍ୟ ଅଧ୍ୟକ୍ଷ ସଂଜୟ ଜିନ୍ଦଲ, ଟାଟା ସନ୍ସର ଜେଏସପିଏଲ ଅଧ୍ୟକ୍ଷ ନବୀନ ଜିନ୍ଦଲ, ଜେଏସଡବ୍ଲୁ୍ୟ ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍, ବିର୍ଲା ଗ୍ରୁର ଅଧ୍ୟକ୍ଷ କୁମାର ମଙ୍ଗଲମ୍ ବିର୍ଲାଙ୍କ ଭଳି ଶିଳ୍ପପତିମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟରେ ସେମାନଙ୍କ ଶିଳ୍ପ ପ୍ରତିଷ୍ଠା ଦିଗରେ ଅଧିକ ପୁଞ୍ଜି ବିନିଯୋଗର ପ୍ରତିଶ୍ରୁତି ଦେଇଛନ୍ତି । ଅଧିକ ଶିଳ୍ପ ପ୍ରତିଷ୍ଠା ହେଲେ ରାଜ୍ୟ ସରକାର ଟିକସ ବାବଦ ଫାଇଦା ମଧ୍ୟ ପାଇବେ । ଗତ ୨୦୧୬ ମସିହାରେ ପ୍ରଥମ ଥର ପାଇଁ ଆୟୋଜିତ ଏହି କନକ୍ଲେଭ ସଫଳତା ନେଇ ବିରୋଧୀ ରାଜନୈତିକ ଦଳଗୁଡିକ କେବଳ ସମାଲୋଚନା କରିବା ପରିବର୍ତ୍ତେ ଗଠନ ମୂଳକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ମନେ କରାଯାଉଛି ।