ମୁମ୍ବାଇ ଜିତିବା ପରେ ଖୁସିରେ ନାଚିଲେ ବିରାଟ ଆଣ୍ଡ୍ କୋ

May 22, 2022 - 06:54
 77
ମୁମ୍ବାଇ ଜିତିବା ପରେ ଖୁସିରେ ନାଚିଲେ ବିରାଟ ଆଣ୍ଡ୍ କୋ
ମୁମ୍ବାଇ: ମୁମ୍ବାଇଠୁ ହାରିବା ପରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ଲେ-ଅଫ୍ ସ୍ୱପ୍ନ ଭାଙ୍ଗି ଯାଇଛି । ଶନିବାର ମୁମ୍ବାଇ ଦିଲ୍ଲୀକୁ ୫ ଓ୍ୱିକେଟରେ ମାତ୍ ଦେଇଥିଲା । ଯାହା ସବୁଠାରୁ ଖୁସି ଦେଇଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ । କାରଣ ଦିଲ୍ଲୀ ହାରିବା ପରେ ପ୍ଲେ-ଅଫରେ ଏଣ୍ଟ୍ରି କରିଛି ଆରସିବି । ଯଦି ଦିଲ୍ଲୀ ଏହି ମ୍ୟାଚ୍ ଜିତିଥାନ୍ତା ତେବେ ଆରସିବି ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଥାନ୍ତା । କୋହଲି ଓ ଟିମ୍ ଏହି ଲିଗ ମ୍ୟାଚରେ ମୁମ୍ବାଇକୁ ସମର୍ଥନ କରିଥିଲେ ଓ ଦିଲ୍ଲୀ ହାରିଥିଲା । ଏପରିକି ମ୍ୟାଚ୍ ବେଳେ ଆରସିବି ଖେଳାଳି ବଡ ସ୍କ୍ରିନରେ ମ୍ୟାଚ୍ ବସି ଦେଖିଥିଲେ । ତେବେ ମୁମ୍ବାଇ ମ୍ୟାଚ୍ ଜିତିବା ପରେ ଖୁସି ହୋଇ ଯାଇଥିଲେ ବାଙ୍ଗାଲୋର ପ୍ଲେୟାର । ଅଧିନାୟକ ଫାପ୍ ଡୁ ପ୍ଲେସିସ୍ ଓ ଅନ୍ୟ ସମସ୍ତ ଖେଳାଳି ନାଚି ଉଠିଥିଲେ । କୋହଲିଙ୍କ ସମେତ ଅନ୍ୟ ଖେଳାଳି ଠୁମକା ଲଗାଇଥିଲେ । ଡ୍ୟାନ୍ସ ଭିଡିଓକୁ ଆରସିବି ନିଜ ଟ୍ୱିଟର ପେଜରେ ସେୟାର କରିଛି । ଫ୍ରାଞ୍ଚାଇଜି କିଛି ଫଟୋ ବି ସେୟାର କରିଛନ୍ତି । ଫଟୋରେ ମଧ୍ୟ କୋହଲି, ଡୁପ୍ଲେସିସ, ମ୍ୟାକ୍ସଓ୍ୱେଲ ନାଚୁଥିବା ନଜର ଆସିଥିଲ । ଷ୍ଟାଫ୍ ମେମ୍ବର ମଧ୍ୟ ଖେଳାଳିଙ୍କୁ ଖୁସିରେ ସାମିଲ ହୋଇଥିଲେ ।