ବିଜେପି ଛାଡିଲେ ବରଗଡର ୯ ଜିଲ୍ଲା ପରିଷଦ ସଭ୍ୟ ଓ ଉପସଭାପତି

Mar 30, 2019 - 18:46
 146
ଭୁବନେଶ୍ୱର, ୩୦/୩(ସକାଳଖବର): ବରଗଡ ଜିଲ୍ଲା ପରିଷଦର ୯ ଜଣ ସଦସ୍ୟଙ୍କ ସମେତ ଉପସଭାପତି ପ୍ରଶାନ୍ତ କୁମାର ମାଝୀ ବିଜେଡିରେ ଯୋଗ ଦେଇଛନ୍ତି । ଏହି ଜିଲ୍ଲାପରିଷଦ ବିଜେପି ହାତରେ ରହିଥିଲା । ଜନ ବିରୋଧୀ ଓ ମନୋମୁଖୀ କାରବାର ପାଇଁ ସେମାନେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ବରଗଡ଼ ଜିଲ୍ଲା ପରିଷଦ ବିଜେପି ଦଖଲରେ ଥିଲା । ତେବେ ୯ ଜଣ ସଦସ୍ୟଙ୍କ ଇସ୍ତଫା ପରେ ସେଠାରେ ବିଜେପି ସଦସ୍ୟଙ୍କ ସଂଖ୍ୟା ୧୬କୁ ଖସି ଆସିଛି । ସେପଟେ ବିଜେଡି ସଦସ୍ୟ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି । ସେମାନଙ୍କ ଇସ୍ତଫା ପରେ ବରଗଡ ଜିଲ୍ଲାରେ ବିଜେପିକୁ ଶକ୍ତ ଧକ୍କା ଲାଗିଛି । ସୁବାସ ଚୌହ୍ୱାନ ବିଜେପି ଛାାଡି ବିଜେଡିରେ ଯୋଗ ଦେବା ପରେ ଉପରୋକ୍ତ ଜିଲ୍ଲା ପରିଷଦ ସଭ୍ୟ ମାନେ ମଧ୍ୟ ଇସ୍ତଫା ଦେଇଥିଲେ ।