ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ର ଜଜାଙ୍ଗ ଖଣିକୁ “କଳିଙ୍ଗ ସୁରକ୍ଷା’’ ପୁରସ୍କାର

Dec 24, 2021 - 15:09
 88
ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ର ଜଜାଙ୍ଗ ଖଣିକୁ “କଳିଙ୍ଗ ସୁରକ୍ଷା’’ ପୁରସ୍କାର
ଭୁବନେଶ୍ୱର: ସୁରକ୍ଷା ବ୍ୟବସ୍ଥାରେ ଉକ୍ରର୍ଷ ପ୍ରଦର୍ଶନ ପାଇଁ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ର ଜଜାଙ୍ଗ ମାଇନ୍ସକୁ ସ୍ୱର୍ଣ୍ଣ ବର୍ଗରେ ସମ୍ମାନଜନକ କଳିଙ୍ଗ ସୁରକ୍ଷା ପୁରସ୍କାର-୨୦୨୧ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ନ୍ୟୁ ମାରିଅନ ହୋଟେଲରେ ଆୟୋଜିତ ଜାତୀୟ ସୁରକ୍ଷା ସମ୍ମିଳନୀରେ ଓଡ଼ିଶା ବିଧାନସଭା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କଠାରୁ ଜଜାଙ୍ଗ ମାଇନ୍ସର ସହଯୋଗୀ ଉପାଧ୍ୟକ୍ଷ ଅଖିଳେଶ କୁମାର ଏବଂ ସୁରକ୍ଷା ବିଭାଗ ମୁଖ୍ୟ ବସନ୍ତ ସାହୁ ଏହି ପୁରସ୍କାର ଗ୍ରହଣ କରଛିନ୍ତି । ବାଂଲାଦେଶର ଡେପୁଟି ଉଚ୍ଚାୟୁକ୍ତ ତୋଫିକ୍‌ ହାସନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଅପରେଶନ ମୁଖ୍ୟ ବି. ଆର୍‌. କେ. ପାଢୀ଼ଙ୍କ ତତ୍ତ୍ୱାବଧାନରେ ଜଜାଙ୍ଗ ମାଇନ୍ସ ଏହି ପୁରସ୍କାର ହାସଲ କରିପାରିଛି । ଜେଏସ୍‌ଡବ୍ଲ୍ୟୁ ଓଡ଼ିଶା ଶାଖାର ଚିଫ୍‌ ଅପରେଟିଂ ଅଫିସର ଶ୍ରୀଯୁକ୍ତ ରଞ୍ଜନ ନାୟକ ଏହି ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି । ଜେଏସ୍‌ଡବ୍ଲ୍ୟୁ ସର୍ବଦା ଏହାର ନୂଆ ଉଦ୍ଭାବନ ଏବଂ ଦୀର୍ଘସ୍ଥାୟୀ କାର୍ଯ୍ୟ ପାଇଁ ପରିଚିତ । ଏହି ପୁରସ୍କାର ଜେଏସ୍‌ଡବ୍ଲ୍ୟୁ ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି ବୋଲି ଶ୍ରୀଯୁକ୍ତ ନାୟକ କହିଛନ୍ତି । ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ଲିମିଟେଡ୍‌ ପ୍ରତ୍ୟେକ ଦିନ ଏହାର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବ । କର୍ମଚାରୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କମ୍ପାନୀ ସର୍ବଦା ସମସ୍ତ ୟୁନିଟ୍‌ରେ ନିରାପତ୍ତା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇଆସିଛି ବୋଲି ସେ ପ୍ରକାଶ କରିଛନ୍ତି । “କଳିଙ୍ଗ ସୁରକ୍ଷା ପୁରସ୍କାର’’ ଭାରତର ଅନ୍ୟତମ ସମ୍ମାନଜନକ ପୁରସ୍କାର ଭାବେ ପରିଗଣିତ । ଏହା ବିଭିନ୍ନ ବର୍ଗ ଯଥା ବିପଦ ଚିହ୍ନଟ ଏବଂ ପ୍ରତିକାର ବ୍ୟବସ୍ଥା, ସୁରକ୍ଷାରେ ମାନକ ସଞ୍ଚାଳନ ପକ୍ରିୟା (ଏସ୍‌ଓପି), ଜରୁରକାଳୀନ ପଦକ୍ଷେପ ଆଦିରେ ଅନୁଷ୍ଠାନଗୁଡ଼ିକର କାର୍ଯ୍ୟକୁ ମାନ୍ୟତା ଦେଇଥାଏ । ଏଥିସହ ନିରାପତ୍ତା ବ୍ୟବସ୍ଥାରେ ସର୍ବୋଚ୍ଚ ପ୍ରଦର୍ଶନ କରିଥିବା ଶିଳ୍ପଗୁଡ଼ିକୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଖଣି ଅଞ୍ଚଳରେ କୌଣସି ଅସୁରକ୍ଷିତ କାର୍ଯ୍ୟକୁ ଟ୍ରାକ୍‌ କରି ଠିକ୍‌ ସମୟରେ ତାହାର ସମାଧାନ କରିବା ନିମନ୍ତେ ଓଡ଼ିଶାରେ ଜେଏସ୍‌ଡବ୍ଲ୍ୟୁ ମାଇନ୍ସର ଅନ୍‌ଲାଇନ ସୁରକ୍ଷା ନୀରିକ୍ଷଣ ଆପ୍ଲିକେଶନ ରହିଛି ।