ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ଜାମିନ ଖାରଜ

Jul 19, 2018 - 14:42
 217
ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ଜାମିନ ଖାରଜ
କଟକ,୧୯ା୭(ସକାଳଖବର): ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ନିୟମିତ ଜାମିନ ଉପରେ ହାଇକୋର୍ଟ ଜଷ୍ଟିସ ଏସ କେ ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଖାରଜ କରିଛନ୍ତି । ତେବେ ଆବେଦନକାରୀଙ୍କ ବିରୋଧରେ ନିମ୍ନ ଅଦାଲତରେ ଚାଲିଥିବା ଟ୍ରାଏଲ ଯଥାଶୀଘ୍ର ସମାପ୍ତ କରିବା ପାଇଁ କୋର୍ଟ ଆଦେଶନାମାରେ ସ୍ପଷ୍ଟ କରିଛନ୍ତି । ସରକାରଙ୍କ ପକ୍ଷରୁ ଏଏସସି ପ୍ରିୟବ୍ରତ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ । ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୬ ମସିହା ମାର୍ଚ୍ଚ ୨୪ରେ ମାଓ ନେତା ସବ୍ୟସାଚୀଙ୍କ ସମେତ ଆଉ କିଛି ନକ୍ସଲ ମିଳିତ ଭାବେ ଗଜପତି ଜିଲା ଆର ଉଦୟଗିରି ଥାନା ଉପରେ ଆକ୍ରମଣ କରିଥିଲେ । ଥାନାର ବିଭିନ୍ନ ଜିନିଷପତ୍ର ଭଙ୍ଗା ରୁଜା କରିବା ସହ ଗଚ୍ଛିତ ଥିବା ବନ୍ଧୁକ ଆଦି ଅସ୍ତ୍ରଶସ୍ତ୍ର ଲୁଟି ନେଇଥିଲେ । ଏ ନେଇ ଥାନା ପକ୍ଷରୁ ଏକ ମାମଲା ଦାୟର କରାଯାଇଥିଲା ।