ମା’ ସମଲାଇ ଗୀତରେ ଝୁମିଲେ ଦର୍ଶକ

May 10, 2018 - 13:48
 209
ମା’ ସମଲାଇ ଗୀତରେ ଝୁମିଲେ ଦର୍ଶକ
କଟକ,୧୦ା୫, (ସକାଳଖବର): ପଶ୍ଚିମ ଓଡ଼ିଶାର ନୃତ୍ୟ ସଂଗୀତକୁ ସାରା ରାଜ୍ୟରେ ପ୍ରସାରକରିବା ଉଦେ୍ଧଶ୍ୟରେ ରାଜ୍ୟସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ କଟକ ଜିଲ୍ଲା ସଂସ୍କୃତି ପରିଷଦ ସହଯୋଗରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ପଶ୍ଚିମ ଓଡ଼ିଶା ନୃତ୍ୟ ସଂଗୀତର କାର୍ଯ୍ୟକ୍ରମ ରଙ୍ଗବତୀ ଉଦ୍ଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା କମିଶନର ତଥା ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ କଳା ସଂସ୍କୃତି ହେଉଛି ସମ୍ପର୍କର ସେତୁ ବୋଲି ମତବ୍ୟକ୍ତ କରିଥିଲେ । ପଶ୍ଚିମ ଓଡ଼ିଶାର ଏହି ଲୋକଗୀତ, ଲୋକନୃତ୍ୟ କେବଳ ସେହି ଅଞ୍ଚଳରେ ସୀମିତ ନରହି ସାରା ଓଡ଼ିଶାରେ ବ୍ୟାପ୍ତ ହେବା ସହ ରାଜ୍ୟରେ ବିଭିନ୍ନ ଜିଲ୍ଲା ମଧ୍ୟରେ ସମ୍ପର୍କ ଅଧିକ ନିବିଡ଼ ହୋଇପାରିବ ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ମନୋଜ କୁମାର ପ୍ରଧାନ ପରିଚାଳନା କରିଥିଲେ ।