ଜଟଣୀ ଧନୁଯାତ୍ରା ପାଇଁ ଆସିଲା ଆଜ୍ଞାମାଳ

Apr 16, 2019 - 20:17
 193
ଜଟଣୀ, ୧୫/୪(ସକାଳଖବର): ଜଟଣୀ ପ୍ରସିଦ୍ଧ ପୂର୍ବ ଓଡିଶା ଧନୁଯାତ୍ରା ମହୋସôବର ଶୁଭାରମ୍ଭ ପାଇଁ ଗତକାଲି ପୁରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରୁ ଆସିଛି ଆଜ୍ଞାମାଳ । ମଦନ ମୋହନ ନାଟ୍ୟକଳା ସଂସଦର କର୍ମକର୍ତାଙ୍କ ସମେତ ମହାପ୍ରଭୁ ଜଗନ୍ନାଥଙ୍କ ଠାରେ ପୂଜା ଅର୍ଚ୍ଚନା ପରେ ଏକ ଖୋଲା ଜିପ୍ ରେ ପଟୁଆର ସହିତ ପିପିଲି ଆସିଥିଲେ । ପିପିଲିର ବାଟ ମହାବୀର ଠାରେ ପୂର୍ବତନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଏହି ଧନୁଯାତ୍ରା ପାଇଁ ଆସିଥିବା ଆଜ୍ଞାମାଳକୁ ସ୍ୱାଗତ କରିଥିଲେ । ତାପରେ ଆଜ୍ଞାମାଳ ଜଟଣୀ ଅଭିମୁଖେ ଆସି ସୀତାରାମ ଛକ ଠାରୁ ବ୍ଲକ୍ ଛକ ପର୍ଯ୍ୟନ୍ତ ସହର ପରିକ୍ରମା କରି ପାତ୍ରପଡା ମାନପୁର ସ୍ଥିତ ଧନୁଯାତ୍ରା ପଡିଆରେ ପହଁଚିଥିଲା । ସେଠାରେ ରୀତିନୀତି ଅନୁସାରେ ହୋମଯଜ୍ଞ କରାଯାଇ ପୂର୍ବ ଓଡିଶା ଧନୁଯାତ୍ରା ପାଇଁ ଶୁଭଖୁଂଟି ପଡିଥିଲା । ଏହି ଧନୁଯାତ୍ରା ଅକ୍ଷୟ ତୃତୀୟା ତଥା ମଇ ୭ ରୁ ଆରମ୍ଭ ହୋଇ ସାତଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ମଦନ ମୋହନ ନାଟ୍ୟକଳା ସଂସଦ ପକ୍ଷରୁ ଆୟୋଜିତ ଶ୍ରୀକୃଷ୍ଣ ରାସଲୀଳା ୨୯ ବର୍ଷରେ ପହଁଚିଥିବା ବେଳେ ଧନୁଯାତ୍ରା ମହୋସôବ ପଂଚମ ବର୍ଷରେ ପଦାର୍ପଣ କରି ମହା ଆଡମ୍ବର ସହକାରେ ପାଳନ ପାଇଁ ପ୍ରସ୍ତୁତି ଜୋରଦାର୍ ଆରମ୍ଭ ହୋଇଛି ।